ସାମାଜିକ ଦୂରତା ବଜାୟ ରଖି କୋଭିଡ ଟିକା ବଣ୍ଟନ

ଭାପୁର: ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହରରୁ ସାମାନ୍ୟ ଆସ୍ବସ୍ତି ମିଳିଥିବା ବେଳେ ତୃତୀୟ ଲହର ର ଆଶଙ୍କା ସମସ୍ତିଙ୍କ ଚିନ୍ତା ବଢାଇଛି । ଏଥିପାଇଁ ରାଜ୍ୟରେ କରୋନା ଟିକାକରଣକୁ ବହୁଳ ମାତ୍ରାରେ ବୃଦ୍ଧି କରାଯିବା ସହିତ ଲୋକମାନଙ୍କ ପାଇଁ କୋଭିଡ୍ ଟିକାକରଣ ବାଧ୍ୟତାମୂଳକ ରହିଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଧାନଚାଙ୍ଗଡା ପଞ୍ଚାୟତ କାଳିଆ ପଲ୍ଲୀରେ ଆଜି ୧୮ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ କରୋନା ଟିକା ଦିଆ ଯାଉଥିବାର ଦେଖିବାକୁ ମିଳିଥିଲା । ଲୋକମାନେ ମଧ୍ୟ କୋଭିଡ କଟକଣା ପାଳନ ସ୍ବରୂପ ସାମାଜିକ ଦୂରତା ବଜାୟ ରଖି ଟିକା ନେଉଥିବାର ଦେଖିବାକୁ ମିଳିଛି ।

ନୟାଗଡ଼ରୁ ବିଦ୍ୟାଧର ବେହେରାଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.