ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୂବନେଶ୍ବର: ରାଜ୍ୟରେ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି ସମ୍ଭାବନା ରହିଛି ।ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ସିମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ସାରି ନାହାନ୍ତି । ଆନୁଷ୍ଠାନିକତା ପୂରଣ ପାଇଁ ଆୟୋଗ ସରକାରଙ୍କୁ ତିନିଥର ଚିଠି ଲେଖିଥିଲେ। ତେବେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କାର୍ଯ୍ୟ ଗ୍ରହଣ କରିନାହାଁନ୍ତି । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ ହେବା ପରେ ଆୟୋଗ ମତଦାନ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି ।

ରାଜ୍ୟର ସମସ୍ତ ତ୍ରୀସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ୧୦ମାର୍ଚ୍ଚ ୨୦୨୨ରେ ଶେଷ ହେବ। ତେଣୁ ମତଦାନ ପୂର୍ବରୁ ସଂରକ୍ଷଣ ଏବଂ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଉଚିତ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସିଟ୍ ସଂରକ୍ଷଣ କରିବା ନିୟମ ରହିଛି।

ଯଦିଓ ବିଳମ୍ବ ହେବାର କାରଣ ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାଁନ୍ତି, ଚାଲିଥିବା ମହାମାରୀ ଏହି କାର୍ଯ୍ୟରେ ବିଳମ୍ବ ଆସିଛି ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published.