ଆଜିଠୁ ୩୧ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୂବନେଶ୍ବର, (ନାଗରାଜ ନ୍ଯୁଜ) ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୩୦ ଓ ୩୧ ତାରିଖରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ବର୍ଷା ୯୦ରୁ ୧୦୦ ମିମି ହୋଇପାରେ । ସେହିପରି ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ପାଣିପାଗ ବିଭାଗ ଜାରି କରିଛି । କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଆଦି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । 

୨୪ ଘଣ୍ଟା ପରେ ଆଭ୍ୟନ୍ତରୀଣ ଜିଲ୍ଲା ଓ ଉପକୂଳ ଜିଲ୍ଲାରେ ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୭ରେ ବର୍ଷାର ପରିମାଣ ବଢିପାରେ । ବର୍ତ୍ତମାନ ମନସୁନ୍ ଟ୍ରାପ ଉତ୍ତର ମୁହାଁ ରହିଥିବା ବେଳେ ଏହାରି ପ୍ରଭାବରେ ବର୍ଷା ସ୍ଥିତି ଦେଖାଦେବ । ଅନ୍ୟପଟେ ଜୁନ୍ ପହିଲାରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ୫୮୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏଥିସହ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ରାଜ୍ୟବ୍ୟାପୀ ମୌସୁମୀ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେହିପରି ଆସନ୍ତା ୨୮ ତାରିଖରେ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବର୍ଷା ହେବ । 

Leave a Reply

Your email address will not be published.