ଦଣ୍ଡ ନୁହେଁ ମିଳିଲା ସାବାସୀ

ମୁମ୍ବାଇ, (ନାଗରାଜ ନ୍ଯୁଜ): ଦଣ୍ଡ ନୁହେଁ ମିଳିଲା ସାବାସୀ ।ମୁମ୍ବାଇ ବିମାନବନ୍ଦରରେ ବଲିଉଡ ଅଭିନେତା ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଅଟକାଇଥିବା ସିଆଇଏସ୍‌ଏଫ୍‌ ଯବାନଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା ।ଏହି ଭିଡିଓରେ ସଲମାନ ଖାନ ତାଙ୍କ ଫିଲ୍ମର ସୁଟିଂ ପାଇଁ ବିଦେଶ ଯାଉଥିଲେ। ବିମାନ ବନ୍ଦରର ଏହି ଭିଡିଓରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) ର ଜଣେ ଅଧିକାରୀ ସଲମାନ ଖାନଙ୍କୁ ଅଟକାଇଥିଲେ। ସଲମାନ ଖାନ ଯାଞ୍ଚ ନକରି ଭିତରକୁ ଯାଉଥିଲେ ଯେତେବେଳେ ଏହି ଅଧିକାରୀ ତାଙ୍କୁ ଅଟକାଇଥିଲେ।

ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପରେ ସୋମନାଥଙ୍କ ମୋବାଇଲ ଜବତ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ଗଣମାଧ୍ୟମରେ ଘଟଣା ସମ୍ପର୍କରେ ଆଲୋଚନା କରିବାରୁ ଏହା ପ୍ରୋଟକଲ ଉଲଂଘନ ହୋଇଛି ବୋଲି କୁହାଯାଇଥିଲା । ତେଣୁ ସେ ଯେପରି ଗଣମାଧ୍ୟମ ସହ କଥା ହୋଇନପାରିବେ ସେଥିପାଇଁ ତାଙ୍କ ମୋବାଇଲ ସିଆଇଏସଏଫ୍‌ ପକ୍ଷରୁ ଜବତ କରାଯାଇଥିବା କୁହାଯାଇଥିଲା । ତେବେ ଏହା ମିଛ ଖବର। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସିଆଇଏସଏଫ୍‌ ପକ୍ଷରୁ କୁହାଯାଇଛି । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ବରଂ ତାଙ୍କୁ ତାଙ୍କ ଡ୍ୟୁଟି ପାଇଁ ପ୍ରଶଂସା କରାଯାଇଛି ବୋଲି କୁହାଯାଇଛି।ଏହି କାର୍ଯ୍ୟ ପାଇଁ କୌଣସି ଦଣ୍ଡ ନୁହେଁ ବରଂ ତାଙ୍କୁ ପ୍ରଶଂସା କରାଯାଇଛି । ସିଆଇଏସଏଫ୍‌ ଯବାନଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଖବର ମିଛ ବୋଲି କୁହାଯାଇଛି । ସଲମାନଙ୍କୁ ତାଙ୍କ ଡ୍ୟୁଟି ପାଇଁ ପ୍ରଶଂସା କରାଯାଇଛି । ସିଆଇଏସ୍‌ଏଫ୍‌ ପକ୍ଷରୁ ଟୁଇଟ୍‌ କରି ଏଭଳି ସ୍ପଷ୍ଟୀକରଣ ରଖାଯାଇଛି।

Leave a Reply

Your email address will not be published.