ଆଜି କୁମାର ପୂର୍ଣ୍ଣିମା, କରୋନା ପାଇଁ ଘର କ‌ୋଣରେ ପାଳିଲେ କୁମାରୀ ,ଗଜଳକ୍ଷ୍ମୀ ପୂଜା ଫିକା

ଭୁବନେଶ୍ବର: ଆଜି ପବିତ୍ର କୁମାର ପୂର୍ଣ୍ଣିମା। ଓଡ଼ିଶାର କୁମାରୀ ଝିଅ ମାନଙ୍କର ମୌଜ ମଜଲିସର ପର୍ବ। ଆଜିର ଦିନରେ ସାକଳୁ ଗାଧୋଇ ନବ ବସ୍ତ୍ର ପରିଧାନ କରି ପୂର୍ଣ୍ଣ ଜହ୍ନକୁ ଦର୍ଶନ କରି ଜହ୍ନ ପରି ସୁନ୍ଦର ବର ମାନସି ଥାଆନ୍ତି କୁମାରୀମାନେ।  ଏଥର କରୋନା ମହାମାରୀର କଟକଣା ପାଇଁ ପର୍ବପାଳନ ଫିକା ପଡିଛି। ସେମାନେ ବିଗତ ବ‌େର୍ଷମାନଙ୍କ ଭଳି ଏଥର ଖୋଲା ମନରେ  ବଜାର ବୁଲି ପୋଷାକ ଓ ସୌଖୀନ ସାମଗ୍ରୀ ଆଦି  କିଣି ପାରି ନାହାଁନ୍ତି। ପର୍ବ ପଳନ ମଧ୍ୟ ସାମାଜିକ ଦୂରତା ରକ୍ଷା ପାଇଁ ବିନା ମେଳିରେ ହୋଇଛି। କୁମାରୀମାନେ ଯେ ଜାହା ଘର କୋଣରେ ଜହ୍ନକୁ ଚାହିଁ ଆଞ୍ଜୁଳୀ ଟେକିଛନ୍ତି।

ସେପଟେ କରୋନା କଟକଣା ପ୍ରଭାବରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଫିକା ପଡିଛି। କେତେକ ପୂଜା ମଣ୍ଡପରେ ପର୍ବ ପାଳନ ବନ୍ଦ କରାଯାଇଥିବା ବେଳେ କେତେକ ମଣ୍ଡପରେ ଛୋଟ ମୂର୍ତ୍ତି କରାଯାଇ ଅଳ୍ପ ଲୋକଙ୍କ ଉପସ୍ଥିତିରେ ପୂଜା ଅର୍ଚ୍ଚନା କରାଯାଇଛି। ଏଥର ସବୁ ପୂଜା ମଣ୍ଡପ ଖାଁ ଖାଁ ରହିଛି।

Leave a Reply

Your email address will not be published.