ଆଜି ସକାଳର କିଛି ଖବର

ସକାଳର କିଛି ଖବର

           ତାରିଖ ୦୩–୦୫-୨୦୨୧/ ସୋମବାର

୧-ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା ।

(ନିର୍ବାଚନ ଖବର ସବିଶେଷ ପାଇଁ ଖବରକାଗଜ ଦେଖନ୍ତୁ)

୨–ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ ।

୩-ମମତାଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କରୋନାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା .।

୪-ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, କେରଳରେ ପୁଣି ଜିତିଲା ବାମ ସାମୁଖ୍ୟ, ପୁଡୁଚେରୀରେ କ୍ଷମତାକୁ ଆସିଲା ଏନଡିଏ ।

୫-ନା ତାମିଲନାଡୁ ମିଳିଲା-ନା କେରଳ, ବିଜେପି ପାଇଁ ଏବେ ମଧ୍ୟ ବହୁ ଦୂର ଦକ୍ଷିଣ .

୬-ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନଙ୍କ ଉପରକୁ ଅଙ୍ଗୁଳି ଉଠାଇଲେ ମମତା । କହିଲେ ପକ୍ଷପାତିତା ବିରୋଧରେ ଯିବେ କୋର୍ଟ, ସେପଟେ ନନ୍ଦିଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଲେ ଶୁଭେନ୍ଦୁ ଅଧିକାରୀ ।

୭-ନା ଭୂତାଣୁକୁ ଭୟ, ନା ନିୟମକୁ ଡର । କରୋନାରେ ଜୀବନ ବାଜିରେ ଲାଗୁଥିବା ବେଳେ ରେଜଲ୍ଟ ଆସୁ ଆସୁ ଏକାଠି ହୋଇ ଉତ୍ସବ ମନେଇଲେଣି ସମର୍ଥକ ।

୮-ଲକଡାଉନ୍ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ।

୯-ସ୍ଥଗିତ ହୋଇପାରେ ନିଟ୍ ପରୀକ୍ଷା, ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇପାରେ କୋଭିଡ୍ ଡ୍ୟୁଟି

୧୦-କୋଭିଡ ପରିସ୍ଥିତିରେ ସୁଧ ହାର ସ୍ଥିର ରଖିବାକୁ ପ୍ରୟାସ କରିବ ଏସବିଆଇ ।

୧୧-ହସ୍ପିଟାଲରେ ଭର୍ତ୍ତି ହେଲେ ଚଳିତ ଆଇପିଏଲ ସିଜିନର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ । ପେଟରେ ଆପେଣ୍ଡିସାଇଟସ୍ ହୋଇଥିବା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାଯାଇଛି ।

୧୨-ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା, ଉପକୃତ ହେବେ ରାଜ୍ୟର ୬,୯୪୪ ସାମ୍ବାଦିକ ।.

୧୩-ଦେଶରେ କୋଭିଡ୍‌-୧୯ ସଂକଟ: ଓଡ଼ିଶା ୯ ଦିନରେ ୮ଟି ରାଜ୍ୟକୁ ଯୋଗାଇଛି ୩୪୧୧୦୩୨ ମେଟ୍ରିକ ଟନ୍‌ ଅମ୍ଳଜାନ ।

୧୪-IPL ୨୦୨୧ : ହାଇଦ୍ରାବାଦକୁ ୫୫ ରନରେ ମାତ ଦେଲା ରାଜସ୍ଥାନ ରୟାଲସ୍‌ ।

୧୫-ଅଗ୍ରୱାଲଙ୍କ ୯୯* ନିଷ୍ଫଳ ; ପଞ୍ଜାବକୁ ହରାଇ ଶୀର୍ଷରେ ଦିଲ୍ଲୀ ।

୧୬-ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା ବସ୍‌ ମାଲିକ ସଂଘ: ୩ ମାସର ଟିକସ ଛାଡ଼, କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ଦିଆଯାଉ

୧୭-ମୋଟୁ ସୀମା ଦେଇ ଫେରୁଛନ୍ତି ଶତାଧିକ ପ୍ରବାସୀ; ହାଇଦ୍ରାବାଦରୁ ମାଲକାନଗିରି ଆସି ଫସିଗଲେ ଶହ ଶହ ପ୍ରବାସୀ ।

Leave a Reply

Your email address will not be published.