ଉତ୍କଳ ଯୁବ ସମାଜ ପକ୍ଷରୁ ସ୍ଵାଧିନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ

ବାଲେଶ୍ୱର, (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ କାର୍ଯ୍ୟ କରୁଥିବା ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍କଳ ଯୁବ ସମାଜ ଅନ୍ତରା ପକ୍ଷରୁ ଗତକାଲି ସ୍ୱାଧୀନତା ଦିବସ ପାଳନ କରିବା ସହିତ ଅଗଣି ନରେନ୍ଦ୍ର ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଉତ୍କଳ ଯୁବ ସମାଜ ଦୀର୍ଘ ବର୍ଷ ଧରି ଅନ୍ତରା ସମେତ ଖଇରା ଓ ସିମୁଳିଆ ବ୍ଲକରେ ବିଭିନ୍ନ ଜନହିତକର କାର୍ଯ୍ୟ କରି ଆସୁଅଛି ।

ମହାମାରୀ କୋଭିଡ ସମୟରେ ରିଲିଫ ସାମଗ୍ରୀ ବଣ୍ଟନ ସହିତ ମାକ୍ସ,ଔଷଧ ଇତ୍ୟାଦି ଅସହାୟ ଓ ଗରିବ ଲୋକମାନଙ୍କୁ ବଣ୍ଟନ କରିଛନ୍ତି । ଗତକାଲି ଅନ୍ତରା ବଜାର ଠାରେ ପବିତ୍ର ୭୫ ତମ ସ୍ୱାଧୀନତା ଦିବସ ପାଳନ ସହିତ ଵୃକ୍ଷ ରୋପଣ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରାଉଟିଷ୍ଟ ଚନ୍ଦ୍ରଗୁପ୍ତ ଲେଙ୍କା ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ବୃକ୍ଷ ରୋପଣ କରିଥିଲେ ।

ଏହି ଅବସରରେ କାର୍ଯ୍ୟକ୍ରମକୁ ରାଜେଶ କର ସଂଯୋଜନା କରିଥିବା ବେଳେ ବକ୍ତା ଭାବରେ ଯୋଗେନ୍ଦ୍ର ମହାପାତ୍ର, ବସନ୍ତ ସେଠୀ, ଜୟପ୍ରକାଶ ଧଳ, ଗୋପବନ୍ଧୁ କୁଅଁର, ବିମଳ ବାରିକ ଓ ଧରଣୀଧର ଜେନା ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ବେହେରା, ବାବି ମହାପାତ୍ର, ବଳଭଦ୍ର ସେଠି, ଜୟକୃଷ୍ଣ, ପାଗୁଲୁ ବିଶ୍ୱାଳ, ତାପସ ମହାପାତ୍ର, ମାୟାଧର ଜେନା, ସିପୁନ, ରାଜୀବ ମହାପାତ୍ର, ସୁବାଷ ସେଠି ଓ ପାପଜି ଶଙ୍ଖୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave a Reply

Your email address will not be published.