ରାଜ୍ୟରେ ପୁଣି ୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ପୁଣି ୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଦୁହେଁ ମଧ୍ୟ ନାଇଜେରିଆ ଫେରନ୍ତା ବୋଲି ଯାହା ଖବର ରହିଛି । ଦୁଇଜଣ ସଂକ୍ରମିତଙ୍କ ବୟସ ସୀମା ଜଣଙ୍କର ୧୫ ବର୍ଷ ଓ ଅନ୍ୟଜଣଙ୍କ ୧୧ ବର୍ଷ । ଉଭୟେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା । ଏବେ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଆଗରୁ ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ୍ ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଥିଲା ।

Leave a Reply

Your email address will not be published.