ଓଡ଼ିଶାରେ ୨ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ୨ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୨ ଜଣଙ୍କ ଠାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବାର ଜଣାପଡିଛି । ଆଇଏଲଏସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ୨ ଆକ୍ରାନ୍ତଙ୍କ ଜିନମ ସ୍ୱିକେନ୍ସିଂ ପାଇଁ ଯାଇଥିଲା । ସେମାନଙ୍କ ଠାରେ ଓମିକ୍ରନ ଥିବା ଜଣାପଡିଛି । ତେବେ ସେମାନେ କେଉଁ ଜିଲ୍ଲାରେ ସେନେଇ ସୂଚନା ମିଳିନାହିଁ । ସେମାନେ କେଉଁଠାରୁ ଆସିଥିଲେ ଏବଂ ସେମାନେ କେଉଁଠିକୁ ଫେରିଥିଲେ ସେନେଇ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିନାହିଁ ।

Leave a Reply

Your email address will not be published.