ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଯବାନ ଗୁରୁତର

ଭୂବନେଶ୍ବର: ବୌଦ୍ଧ ଓ କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ନକ୍ସଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଉମା ଜଙ୍ଗଲରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଉଭୟ ପକ୍ଷରୁ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲାଣି ଗୁଳିବିନିମୟ ଚାଲିଛି । ଏନେଇ ଆଇଜି (ଅପରେସନ୍‌) ଅମିତାଭ ଠାକୁର ସୂଚନା ଦେଇଛନ୍ତି । ଗୁଳିବିନିମୟ ଫଳରେ ୨ ଜଣ ଯବାନ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।

ସୂଚନା ଅନୁସାରେ କୋରାପୁଟ୍ ଗ୍ରସ୍ତରେ ଯାଉଥିବା ଡ଼ିଜିପି ଗ୍ରସ୍ତ ପରିବର୍ତ୍ତନ କରି ଘଟଣାସ୍ଥଳରେ ପହଂଚିଥିଲେ । ଏବେ ଚିକିତ୍ସା ପାଇଁ ୨ଜଣ ଯବାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କିଛି ସମୟ ପରେ ଆହାତ ଯବାନ ଭୁବନେଶ୍ୱରରେ ପହଂଚିବେ ।

Leave a Reply

Your email address will not be published.