ଆସନ୍ତା ୧୨ ତାରିଖରୁ ଅନେକ ସହରରେ ରେଳ‌ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଭାରତୀୟ ରେଳ ସଂସ୍ଥା ଅନେକ ସହରରେ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତି ନେଇଛି । ରେଳଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଗୁଜୁରାଟ, ରାଜସ୍ଥାନ ଓ ଜାମ୍ମୁକାଶ୍ମୀରରେ ଆସନ୍ତା ୧୨ ତାରିଖ ଠାରୁ ରେଳ ଚଳାଚଳ ଆରମ୍ଭ ହେବ । ରେଳସଂସ୍ଥାର ଏକ ଅଧିକାରୀ କହିଛନ୍ତି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଖା-ଜୟପୁର-ଓଖା ଏବଂ ଭବନଗର-ଉଦାମପୁର-ଭବ ନଗର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।

Leave a Reply

Your email address will not be published.