ଘନ କୁହୁଡ଼ି ଯୋଗୁଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଶୀତ ବଢ଼ିବାରେ ଲାଗିଛି । ଦିନର ତାପମାତ୍ରା ରାତି ଅପେକ୍ଷା କମ୍ ରହୁଛି । ସକାଳ ସମୟରେ ଘନ କୁହୁଡ଼ି ଯୋଗୁଁ ବାହାରକୁ ବାହାରିବା ଏକ ବିପଦ ହୋଇପଡ଼ିଛି । ଭୁବନେଶ୍ୱର ସମେତ କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ରାତି ତାପମାତ୍ରା ବଢିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ସେହିପରି ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିବ । ଆସନ୍ତା କାଲି ମଧ୍ୟ ଘନ କୁହୁଡ଼ି ଆଶଙ୍କା ଅଛି ।

ଆସନ୍ତା ୯ ତାରିଖ ଯାଏଁ ଏହିପରି ପାଗ ରହିବ । ତେବେ ଏହି କାରଣ ପାଇଁ ଆଜି ଓ ଆସନ୍ତା କାଲି ପାଇଁ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Leave a Reply

Your email address will not be published.