କେରଳରେ ବିଜେପିକୁ ଶକ୍ତ ଝଟକା

କେରଳ: ଏଥର ବିଜେପିକୁ ଜବରଦସ୍ତ ଝଟକା ଲାଗିଛି। ଦଳର ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ ଦୁଇଟି ଆସନରେ ପ୍ରାର୍ଥୀ ହୋଇଥିଲେ ହେଁ ଉଭୟ ସ୍ଥାନରେ ପରାଜୟର ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ସୁରେନ୍ଦ୍ରନ ମାଞ୍ଜେଶ୍ୱରା ଓ କୋନ୍ନି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଉଭୟ ଆସନରେ ଶୋଚନୀୟ ଭାବେ ପରାଜୟ ବରଣ କରିଛନ୍ତି। ଏହା ଦଳ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି।

ଅନ୍ୟପକ୍ଷରେ ୪୦ ବର୍ଷର ବ୍ୟବଧାନ ପରେ ଏଲଡିଏଫ କ୍ରମାଗତ ଦ୍ୱିତୀୟ ଥର ପାଇଁ କେରଳରେ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଉପରେ ଲୋକମାନେ ଆସ୍ଥା ପ୍ରକଟ କରିଥିବାରୁ ଦଳ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଏଲଡିଏଫ ୯୩ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୪୪ଟି ଆସନରେ ଲିଡ୍‌ କରୁଛି।

Leave a Reply

Your email address will not be published.