ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଭିଡିଓ କଂନଫରେନ୍ସି ମାଧ୍ୟମରେ ଦିନ ୧୨ ଟା ସମୟରେ ଲୋକସଭା ଭବନରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟତଃ ପଞ୍ଚାୟତରାଜ, ଉଚ୍ଚଶିକ୍ଷା, ଆଇନ୍‌, ଗୃହ ଓ ନଗର ଉନ୍ନୟନ ଓ ରାଜସ୍ୱ ବିଭାଗର ପ୍ରାୟ ୧୧ ଟି ପ୍ରସ୍ତାବ ଉପରେ ମୋହର ଲାଗି ପାରେ । ତେବେ ଭର୍ଚ୍ଚୁଆଲ ମୋଡରେ ହେଉଥିବା ଏହି ବୈଠକରେ ନିଜ ଜିଲାରେ ଥିବା ମନ୍ତ୍ରୀମାନେ ଜିଲ୍ଲାପାଳ ଅଫିସରୁ ଯୋଗଦେବେ ।

Leave a Reply

Your email address will not be published.