ବିଜେପିର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ଆହ୍ୱାନ କ୍ରମେ ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଣ୍ଟୁଥିବା ବିଜୁ ସ୍ମାର୍ଟ କାର୍ଡ ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ବାଣ୍ଟୁଥିବା କାର୍ଡକୁ ନେଇ କିପରି ଭୁଗୁପୁର ମୃତ୍ୟୁଞ୍ଜୟ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି ମେଡିକାଲରେ ଅପମାନିତ ହେଲେ, ମିଥ୍ୟା କାର୍ଡ ବଣ୍ଟନ କରି କିପରି ଲୋକମାନଙ୍କୁ ଭକୁଆ ବନାଉଛନ୍ତି ମନ୍ତ୍ରୀ ଓ ବିଧାୟକ ତାହା ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି ବିଜେପି  । ଏଥିସହିତ ଡିଜେଲ ଓ ପେଟ୍ରୋଲ ବିଷୟ ମଧ୍ୟ ଆଲୋଚନା ହୋଇଥିଲା ।

Leave a Reply

Your email address will not be published.