ଲୋକଙ୍କ ସମସ୍ତ ଅଭିଯୋଗ ଯଦି ଆମେ ଶୁଣିବୁ ରାଜସ୍ୱ କେଉଁଠୁ ଆସିବ: ରାଜଗାଙ୍ଗପୁର ତହସିଲଦାର

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ଲୋକଙ୍କ ସମସ୍ତ ଅଭିଯୋଗ ଯଦି ଆମେ ଶୁଣିବୁ ତାହାଲେ ରାଜସ୍ୱ କେଉଁଠୁ ଆସିବ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଏଭଳି ପ୍ରତିକ୍ରୀୟା ରଖିଛନ୍ତି ରାଜଗାଙ୍ଗପୁର ତହସିଲଦାର । ମୋ ପାଖକୁ ସିଧା ସଳଖ ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ବିଚାର କରାଯିବ । ଏମିତି ସମସ୍ତେ ଅଭିଯୋଗ କରନ୍ତି । ଅଭିଯୋଗକୁ ଦେଖିଲେ ସରକାର ରାଜସ୍ୱ କେଉଁଠୁ ପାଇବେ ବୋଲି କହିଛନ୍ତି ରାଜଗାଙ୍ଗପୁର ତହସିଲଦାର । ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ତହସିଲ ଅଧିନରେ ଥିବା କୁମାରକେଲା ଋଷୁଟୋଲି ପାହାଡ଼ ଉପରେ ଥିବା ବେଆଇନ ପଥର ଖଣିକୁ ବନ୍ଦ କରିବାକୁ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କ ପାଖରେ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ପଥର ଆଣିଥିବା ସ୍ଥାନରୁ ମାତ୍ର ୫୦ମିଟର ଦୂରରେ ୩ଟି ପରିବାର ବସବାସ କରୁଥିବା ବେଳେ, ଏକ କିଲୋମିଟର ଦୂରରେ ଆହୁରି ୫୦ରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଛନ୍ତି । ହେଲେ ଖଣି ମାଲିକ ଦିନରାତି ବ୍ଳାଷ୍ଟିଙ୍ଗ କରି ପଥର ଉତ୍ତୋଳନ କରୁଛି, କିନ୍ତୁ ପ୍ରଶାସନ ସବୁ ଜାଣି ମଧ୍ୟ ନିଘୋଡ଼ ନିଦରେ ଶୋଇଛି ।

ବ୍ଳାଷ୍ଟିଙ୍ଗ ଯୋଗୁଁ ଘର କାନ୍ଥସବୁ ଫାଟିପଡୁଥିବାରୁ ଏଠାରେ ବସବାସ କରୁଥିବା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ପଥର ବୋଝେଇ ଟ୍ରକ, ଡମ୍ପର ଗ୍ରାମ ମଝିରେ ଯିବା ଆସିବା କରୁଥିବାରୁ ସ୍କୁଲ ପିଲା ଏବଂ ଛୋଟ ଛୁଆମାନଙ୍କ ପାଇଁ ସବୁବେଳେ ଦୁର୍ଘଟଣାର ବିପଦ ରହିଛି । ପଥରଗୁଣ୍ଡ ଏବଂ ପଥର ସବୁ ଚାଷଜମିରେ ପଡ଼ି ଫସଲ ନଷ୍ଟ ହେଉଛି । ଏହି ସମ୍ପର୍କରେ ସ୍ଥାନୀୟ ପ୍ରଶାସନଙ୍କୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ଆମ ପ୍ରତିନିଧି ରାଜଗାଙ୍ଗପୁର ତହସିଲଦାରଙ୍କୁ ଏହି ସମ୍ପର୍କରେ ପଚାରିବାରୁ ସେ ଖାମଖିଆଲି ଭାବେ ମୋ ପାଖକୁ ସିଧା ସଳଖ ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ବିଚାର କରାଯିବ । ଏମିତି ସମସ୍ତେ ଅଭିଯୋଗ କରନ୍ତି । ଅଭିଯୋଗକୁ ଦେଖିଲେ ସରକାର ରାଜସ୍ୱ କେଉଁଠୁ ପାଇବେ ବୋଲି କହିଛନ୍ତି ।

Leave a Reply

Your email address will not be published.