କୃଷକଙ୍କ ଘରକୁ ଫେରିବାକୁ ନେଇ ଆଜି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): କୃଷକ ଆନେ୍ଦାଳନକୁ ନେଇ ଆଜି ୧୨ଟାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ସରକାରଙ୍କ ନୂତନ ପ୍ରସ୍ତାବକୁ ସଂଯୁକ୍ତ କିସାନ୍ ମୋର୍ଚ୍ଚାର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛନ୍ତି । ମୋର୍ଚ୍ଚାର କହିବା ମୁତାବକ ଯେ, ଉକ୍ତ ପ୍ରସ୍ତାବକୁ ସରକାରୀ ଦସ୍ତାବିଜ ଭାବରେ ସରକାର ପଠାଇବା ଉଚିତ । ତେବେ ଏହାକୁ ନେଇ ଆଜି ଦିନ ୧୨ ଟା ସମୟରେ ଏକ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଜଣାପଡ଼ିବ ଯେ ଆନ୍ଦୋଳନ ଶେଷ କରି କୃଷକମାନେ ଘରକୁ ଯିବେ ନା ପୁଣି ଥରେ ଏହି ମୋର୍ଚ୍ଚା ଆନ୍ଦୋଳନରେ ବସିବେ । ତେଣୁ ଘରକୁ ଫେରିବା ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ କୃଷକଙ୍କ ଆନ୍ଦୋଳନ ସେହିପରି ଭାବେ ଚାଲିଛି। ସଂଯୁକ୍ତ କିସାନ୍ ମୋର୍ଚ୍ଚାର ବରିଷ୍ଠ ନେତା ଗୁରୁନମ ସିଂ ଚଢୁନି କହିଛନ୍ତି ଯେ, ଗତ ମଙ୍ଗଳବାର ଦିନ ସରକାରଙ୍କ ଦ୍ୱାରା ପଠାଯାଇଥିବା ପ୍ରସ୍ତାବ ଉପରେ ମୋର୍ଚ୍ଚାର ଅନେକ ନେତା ଆପତ୍ତି ଜଣାଇଥିଲେ । ଯାହା ସରକାରଙ୍କୁ ପଠାଯାଇଥିଲା । ସରକାର ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି ।

ବୁଧବାର ସରକାରଙ୍କ ଦ୍ୱାରା ପଠାଯାଇଥିବା ସଂଶୋଧିତ ପ୍ରସ୍ତାବ (ନୂତନ ପ୍ରସ୍ତାବ) ଉପରେ ସମସ୍ତ ନେତାଙ୍କ ସର୍ବସମ୍ମତି କ୍ରମେ ଏକମତ ହୋଇଛି। ଯଦି ସରକାର ନୂତନ ପ୍ରସ୍ତାବକୁ ଗୁରୁବାର ସୁଦ୍ଧା ଏକ ସରକାରୀ ଦଲିଲ ଭାବରେ ପଠାନ୍ତି, ତେବେ ଆଜି ସମ୍ମୁଖ୍ୟର ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏହାପରେ ଆନ୍ଦୋଳନ ହଟିବ ନ ଚାଲିବ ତାହା ସ୍ପଷ୍ଟ ହେବ ।

Leave a Reply

Your email address will not be published.