ନିଆଁ ପାଣି ବାସନ୍ଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଥାନା କଙ୍ଗାରୁ କୋର୍ଟ ଆଇନକୁ ହାତକୁ ନେଇ ଗାଁ ଲୋକେ ଏକ ପରିବାରକୁ ବର୍ଷେ ଧରି ନିଆଁ ପାଣି ବାସନ୍ଦ କରି ରଖିବା ପରେ ଏବେ ଗାଁରୁ ତଡି ଦେଇଛନ୍ତି । ଘର ତାଲା ପକାଇ ଦେଇଛନ୍ତି । ବାସହରା ଏହି ପରିବାର ନ୍ୟାୟ ଆଶାରେ । ଥାନା ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପାଖକୁ ଦୌଡିବା ପରେ ନିରାଶ ହୋଇ ଶୀତ କାକରରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ୩ ଦିନ ହେଲା ଧାରଣା ଦେଇଛନ୍ତି । ୩ଦିନ ବିତିଗଲେ ମଧ୍ୟ ନା କୌଣସି ନ୍ୟାୟ ନାଁ ପ୍ରତିଶୃତି ମିଳିଛି । ଏହି ପରିବାର ଜିଲ୍ଲାପାଳ କାର୍ୟ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ରୋଶନୀଙ୍କ ସହ ତାଙ୍କ ଦୁଇ ଝିଅ, ବାପା ଓ ମା ନ୍ୟାୟ ପାଇଁ ଧାରଣା ଜାରି ରଖିଛନ୍ତି । ଏଇଠି ମରିବୁ ପଛେ ନ୍ୟାୟ ନ ମିଳିଲେ ଧାରଣାରୁ ଉଠିବୁନୁ ବୋଲି ଜିଦ ଧରିଛନ୍ତି ।ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତିଯେ, ସେ ଉପଜିଲ୍ଲାପାଳଙ୍କୁ ଘଟଣା ସ୍ଥଳକୁ ପଠାଇବେ ପରିସ୍ଥିତି କଣ ରହିଛି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

Leave a Reply

Your email address will not be published.