ପେଟ୍ରୋଲ ଡିଜେଲକୁ ନେଇ ବିଜେପିର ପ୍ରେସମିଟ୍

ଭୂବନେଶ୍ବର: ରାଜ୍ୟରେ ପେଟ୍ରୋଲ ଡିଜେଲ ସମସ୍ୟାକୁ ନେଇ ବିଜେପି କଂଗ୍ରେସ ମୁହାଁମୁହିଁ । ପେଟ୍ରୋଲ‌ ଟାଙ୍କିରେ କଂଗ୍ରେସର ଧାରଣାକୁ ନେଇ ବିଜେପି ପାର୍ଟି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପେଟ୍ରୋଲ ଡିଜେଲର ମୂଲ୍ୟକୁ ନେଇ ବିଜେପିର ସମ୍ପାଦକ ଯତୀନ ମହାନ୍ତି ନିଜର ଆଭିମୁଖ୍ଯ ପ୍ରକାଶ କରିଥିଲେ ।

ଆଜି ବିଜେପି ପାର୍ଟି ଅଫିସରେ ସମ୍ପାଦକ ଯତୀନ ମହାନ୍ତି କଂଗ୍ରେସର ପେଟ୍ରୋଲ ଟାଙ୍କିରେ ଧାରଣା ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତିଯେ, ପେଟ୍ରୋଲର ଟାକ୍ସ ରାଜ୍ୟ ସରକାର ୭୦% ଛାଡ଼ କରନ୍ତୁ । ତାହା ହେଲେ ପେଟ୍ରୋଲର ମୂଲ୍ୟ କମିବ ଏବଂ ପେଟ୍ରୋଲରୁ ଯେଉଁ ଆଦାୟ ହେଉଛି ଟାକ୍ସ ସେଥିରେ ଗ୍ୟାସ ମାଗଣା ସହିତ ଜନହିତକର କାର୍ଯ୍ୟ ହୋଇପାରିବ । ଏହାସହିତ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଦେବା ବଦଳରେ ବିଜେଡି ଉପରେ ଚାପ ପକାନ୍ତୁ ଟାକ୍ସ କମାଇବା ପାଇଁ ବୋଲି ଯତୀନ ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଜଣାଇଛନ୍ତି । ତେବେ ଏହି ଦୁଇ ଦଳୀୟ ଲଢେଇରେ ତ୍ରିଦଳୀୟ ବିଜେଡି ଏବେ ଯାଏଁ ନିରବ ହୋଇ ରହିଛି । ତେବେ ଆଗକୁ ବିଜେଡି କର୍ମକର୍ତ୍ତାମାନଙ୍କ କିଭଳି ପ୍ରତିକ୍ରୀୟା ରହୁଛୁ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.