ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟର ସର୍ତ୍ତମୂଳକ ଜାମିନ

ଭୂବନେଶ୍ବର: ଆଉ ଏକ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଗୋଳନ୍ଥରା ଥାନାରେ ପାଣିଗ୍ରାହିଙ୍କ ନାମରେ ଅଭିଯୋଗ ଦାୟର ହୋଇଥିଲା । ଟାଟା କମ୍ପାନୀରେ ଚାକିର କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

୨୦୨୦ ଡିସେମ୍ୱର ୩ ତାରିଖରେ ଗିରଫ ହୋଇଥିଲେ । ତାପରଠୁ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଟାଟାରେ ଚାକିରି ନାଁରେ ଜାଲିଆତିରେ ତାଙ୍କର ଲିଙ୍କ ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ପ୍ରଥମେ ଆକାଶ ପାଠକ ଗିରଫ ହୋଇଥିଲେ । କିନ୍ତୁ ଏବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ୱସ୍ତି ମିଳିଛି । ଗୋଳନ୍ଥରା ଥାନାରେ ଦାୟର ଅନ୍ୟ ଏକ ମାମଲାରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ ।

Leave a Reply

Your email address will not be published.