ଆଗକୁ ଆସୁଛି ଗୁଜୁରାଟ ନିର୍ବାଚନ, ଆପ ପ୍ରସ୍ତୁତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ହେବାକୁ ଯାଉଛି ଗୁଜରାଟରେ ବିଧାନସଭା ନିର୍ବାଚନ । ଯାହା ପାଇଁ ଅନ୍ୟ ଦଳ ସବୁ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚିନ୍ତାରେ ଶାସକ ଦଳ ଥିବାର ଅନୁମାନ କରାଯାଉଛି । ଏହି ନିର୍ବାଚନକୁ ନେଇ ଏବେ ବି ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି। ସୋମବାର ଆମ୍ ଆଦମୀ ପାର୍ଟୀର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତିଯେ, ୨୦୨୨ ରେ ଆପ୍ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବ। ଅହମ୍ମଦାବାଦରେ ସାମ୍ବାଦିକ ସମ୍ମିଳନୀ ବେଳେ ସେ ଦାବି କରିଥିଲେଯେ, ତାଙ୍କ ଦଳର ସମସ୍ତ ପ୍ରାର୍ଥୀ ସମସ୍ତ ଆସନରୁ ନିର୍ବାଚନ ଲଢିବ। ଏହା ପୂର୍ବରୁ ସୋମବାର ନିଜର ଗୁଜରାଟ ଗସ୍ତ ପୂର୍ବରୁ କେଜ୍ରିଓ୍ବାଲ ରବିବାର ଗୁଜରାଟୀ ଭାଷାରେ ଟ୍ବିଟ୍ କରିଥିଲେ।

ଏହି ଟୁଇଟ୍‌ରେ କେଜ୍ରିଓ୍ବାଲ ଲେଖିଛନ୍ତିଯେ, ରାଜ୍ୟରେ ଏବେ ପରିବର୍ତ୍ତନ ହେବ । ମୁଁ କାଲି ଗୁଜରାଟ ଆସୁଛି ଓ ରାଜ୍ୟର ଲୋକଙ୍କୁ ଭେଟିବି। ସେଭଳି ଗୁଜରାଟ ନିର୍ବାଚନରେ ଆପ୍ ପାର୍ଟିଦାର ସମାଜକୁ ମଧ୍ୟ ନିଜ ସାଙ୍ଗରେ ନେବାକୁ ଚାହୁଁଛି। ରବିବାର କାଗଓ୍ବଡର ଖୋଡଲଧାମରେ ପାର୍ଟିଦାର ସମାଜ ମୁଖ୍ୟଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ଧାର୍ଯ୍ୟ କରାଯାଇଥିଲା ଯେ,‌ଯେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ପାଟିଦାର ହେବା ଦରକାର।

ଗୁଜରାଟରେ ଚର୍ଚ୍ଚା ହେଉଛି ଯେ, ଆମ ଆଦମୀ ପାର୍ଟି ଏବେ ରାଜ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଚାହୁଁଛି।  ପାଟିଦାର ସମାଜକୁ ସାଙ୍ଗରେ ଆଣିବାକୁ ହାର୍ଦ୍ଦିକ ପଟେଲ ଓ ତାଙ୍କର ନିର୍ବାଚନୀ ଚେହେରାକୁ କେଜ୍ରିଓ୍ବାଲ ବ୍ୟବହାର କରିବାକୁ ଚାହାନ୍ତି।

Leave a Reply

Your email address will not be published.