ଇଜ୍ରାଏଲ୍‌ର ନୂତନ ନ୍ୟାଫ୍‌ଟାଲି ବେନେଟ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଜ୍ରାଏଲ୍‌ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନ୍ୟାଫ୍‌ଟାଲି ବେନେଟ୍‌ । ଏହି ଶପଥ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ କହିଛନ୍ତିଯେ, ଆସନ୍ତାବର୍ଷ ଭାରତ ଓ ଇଜ୍ରଏଲ୍‌ କୂଟନୈତିକ ସମ୍ବନ୍ଧ ଉନ୍ନତିକରଣର ୩୦ତମ ବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ଦୁଇ ଦେଶର ରଣନୈତିକ ସହଯୋଗ ନିବିଡ଼ କରିବା ନିମନ୍ତେ ସେ ତାଙ୍କୁ ଭେଟିବାକୁ ଚାହିଁ ବସିଛନ୍ତି।

ରବିବାର ଦିନ ଦୀର୍ଘ ଦିନର କାର୍ଯ୍ୟକାଳ ଶେଷ ହୋଇଥିବା ଇଜ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟହୁଙ୍କୁ ମଧ୍ୟ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published.