ଲା ଗଣେଷନ ହେଲେ ମଣିପୁରର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ତାମିଲନାଡୁର ବିଜେପି ନେତା ଲା ଗଣେଷନ । ଳିତ ମାସ ନଜମା ହେପତୁଲ୍ଲାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦ ଖାଲି ପଡିଥିଲା । ତେବେ ଲା ଗଣେଷନଙ୍କୁ ମଣିପୁରର ୧୭ ତମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି ।

ଲା ଗଣେଷନ୍ ଏହା ପୂର୍ବରୁ ରାଜ୍ୟସଭାର ସାଂସଦ ଥିଲେ । ସେ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଭାବେ ବି କାର‌୍ୟ୍ୟ କରିଛନ୍ତି । ଏହାସହ ସେ ବିଜେପିର ବିଭିନ୍ନ ପଦ ପଦବୀରେ ରହିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁବି କିଛି ରାଜ୍ୟର ରାଜ୍ୟପାଳ ବଦଳିଥିଲେ ।

ହେପତୁଲ୍ଲା ଅଗଷ୍ଟ ୧୦ ତାରିଖରେ ପଦ ଛାଡିଥିଲେ । ସେହିଦିନ ସିକ୍କିମର ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।ପରେ ବର୍ତ୍ତମାନ ଏହି ପଦରେ ବସିଛନ୍ତି ଲା ଗଣେଷନ୍ ।

Leave a Reply

Your email address will not be published.