୩୭୦କୁ ପୁନଃ ଅବସ୍ଥାପିତ ନକରିବା ଯାଏଁ ନିର୍ବାଚନ ଲଢିବେନି ମେହବୁବା

ନୂଆଦିଲ୍ଲୀ: ୩୭୦କୁ ପୁନଃ ଅବସ୍ଥାପିତ ନକରିବା ଯାଏଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରି କହିଛନ୍ତି ପିଡିପି ଅଧ୍ୟକ୍ଷା ମେହବୁବା । ତାଙ୍କ କହିବା ଅନୁଯାୟୀ, ଉପତ୍ୟକାରେ ଏବେ ମଧ୍ୟ ଦମନଲୀଳା ଓ ନିର୍ଯ୍ୟାତନା ଜାରି ରହିଛି । ଲୋକେ ଅଣନିଶ୍ୱାସୀ ହୋଇଯାଇଛନ୍ତି । କେନ୍ଦ୍ର ସରକାର ଦୁନିଆକୁ ଜମ୍ମୁ-କଶ୍ମୀରର ଯେଉଁ ଛବି ଦେଖାଉଛନ୍ତି ବାସ୍ତବ ସ୍ଥିତି ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି ।

ତେଣୁ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହା ପ୍ରଦାନ ସହ ୩୭୦କୁ ପୁନଃ ଅବସ୍ଥାପିତ କଲେ ନିଜେ ଲଢିବେ ନତେତ୍ ସେ ନିର୍ବାନରେ ପିଡିପି ଜିତିଲେବି ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ମେହବୁବା କହିଛନ୍ତି । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜମ୍ମୁ-କଶ୍ମୀରର ନେତା ବୈଠକର ଦିନକ ପରେ ମେହବୁବା ଏପରି କଥା କହିଛନ୍ତି ।

Leave a Reply

Your email address will not be published.