ବିତ୍ତଶାଳୀ ରାଷ୍ଟ୍ର ଗରିବ ରାଷ୍ଟ୍ର ଗୁଡିକୁ ଟୀକା ଯୋଗାଇଦିଅନ୍ତୁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ମହାମାରୀ ଲହର ଅନୁକ୍ରମେ ଆସୁଛି । ପ୍ରଥମ ଲହର, ଦ୍ବିତୀୟ ଲହର ଓ ଏବେ ତୃତୀୟ ଲହର ଯାହାକୁ ନେଇ ଆତଙ୍କ ଦେଖାଦେଲାଣି । ଏଭଳି ସ୍ଥିତିରେ ଚିନ୍ତା ପ୍ରକଟ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିତ୍ତଶାଳୀ ରାଷ୍ଟ୍ର ମାନଙ୍କୁ ଗରିବ ରାଷ୍ଟ୍ର ଗୁଡିଗୁ ଟୀକା ଯୋଗାଇବା ପାଇଁ ନିବେଦନ କରିଛି । ଶୁକ୍ରବାର ଡବ୍ଲୁଏଚ୍‌ଓ ମୁଖ୍ୟ ଟେଡରୋଜ୍ ଆଦନୋମ୍ କହିଛନ୍ତିଯେ, ବର୍ତ୍ତମାନ ଆଫ୍ରିକୀୟ ଦେଶ ଗୁଡିକର ଅବସ୍ଥା ଅତି ସଙ୍କଟାପନ୍ନ ରହିଛି ସେମାନଙ୍କୁ ଟୀକା ଯୋଗାଇବାର ନିହାତି ଆବଶ୍ୟକତା ରହିଛି ।

ଏହି ଦେଶ ଗୁଡିକ ଟୀକା ଉତ୍ପାଦନ କରିବାରେ ଅସମର୍ଥ ଥିବା ସହିତ କରୋନା ଭଳି ଭୟଙ୍କର ବିପଦର ମୁକାବିଲା କରିବା ପାଇଁ ମଧ୍ୟ ଅସମର୍ଥ ତେଣୁ ଏହି ବିପଦ ସମୟରେ ଧନୀ ରାଷ୍ଟ୍ର ଗୁଡିକ ଏହି ଦେଶ ମାନଙ୍କର ସହାୟତା କରିବା ଉଚିତ୍ । ଏବେବି ଅନେକ ରାଷ୍ଟ୍ର ଟୀକାକୁ ନେଇ ବ୍ୟବସାୟ କରୁଛନ୍ତି ଓ ସ୍ୱଳ୍ପ ଆୟକାରୀ ଦେଶ ମାନଙ୍କୁ ଟୀକା ଯୋଗାଇବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ଯାହାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ।

Leave a Reply

Your email address will not be published.