ଚିନ୍ତା ବଢାଉଛି ଡେଲଟା ଭ୍ୟାରିଏଣ୍ଟ, ଶୀଘ୍ର ପଦକ୍ଷେପ ନେବା ଦିଗରେ ୮ଟି ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଡେଲଟା ଭ୍ୟାରିଏଣ୍ଟ ଚିହ୍ନଟ ହେବାପରେ ଏହା ସମସ୍ତିଙ୍କ ଭୟ ବଢାଇଛି । ଏଭଳି ସ୍ଥିତିରେ ଡେଲଟା ପ୍ଲସ୍ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିବା ୮ଟି ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ଶୀଘ୍ର ଏହି ଭ୍ୟାରିଏଣ୍ଟର ପ୍ରସାର ରୋକିବାକୁ ପଦକ୍ଷପ ନିଅନ୍ତୁ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଜାମ୍ମୁ କାଶ୍ମୀର, ଗୁଜୁରାଟ ଏବଂ ହରିୟାଣା ଭଳି ରାଜ୍ୟକୁ ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଭିଡ଼କୁ ରୋକିବା, ବ୍ୟାପକ ପରୀକ୍ଷଣ କରିବା ସହ କରୋନାଭାଇରସର ଡେଲଟା ପ୍ଲସ ପ୍ରକାର ଚିହ୍ନଟ ହୋଇଥିବା ପ୍ରାଥମିକ ସ୍ତରରେ ଟିକା କଭରେଜ ବୃଦ୍ଧି କରିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛି ।

ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତିଯେ, କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରୁଥିବା ଲୋକଙ୍କ ପର୍ଯ୍ୟାପ୍ତ ନମୁନାକୁ ତୁରନ୍ତ ଭାରତୀୟ ଏସଏଆରଏସ-ସିଓଭି-୨ ଜେନୋମିକ୍ କନସ୍ରୋଟିୟା (ଆଇଏନଏସଏସିଓଜି) ର ନିର୍ଦ୍ଦିଷ୍ଟ ଲାବୋରେଟୋରୀକୁ ପଠାଯିବା ନିହାତି ଆବଶ୍ୟକ ରହିଛି ଯାହା ଦ୍ୱାରା କ୍ଲିନିକାଲ୍ ଏପିଡେମୋଲୋଜିକାଲ୍ ସମ୍ପର୍କ ସ୍ଥାପନ ହୋଇପାରିବ । ଏହି ପରିପ୍ରେକ୍ଷୀରେ ଭୂଷଣ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ସମ୍ପୃକ୍ତ ୮ ଟି ରାଜ୍ୟରେ ଭିଡ ନ୍ରିୟନ୍ତ୍ରଣ ଓ ସଠିକ୍ ପଦକ୍ଷପ ଗ୍ରହଣ କରିବାର ଆବଶ୍ୟକତା ଅଧିକ ରହିଛି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

Leave a Reply

Your email address will not be published.