କରୋନାର ତୃତୀୟ ଲହରକୁ ନେଇ ଆସ୍ୱସ୍ଥିକର ଖବର ଦେଲେ ଆଇସିଏମଆର

ନୂଆଦିଲ୍ଲୀ: କରୋନାର ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ସମ୍ପୂର୍ଣ୍ଣ ରୂପେ ହ୍ରାସ ପାଇନି ତୃତୀୟ ଲହର ପ୍ରଭାବ ସମସ୍ତିଙ୍କୁ ବ୍ୟଥିତ କରୁଛି । କିନ୍ତୁ ଏହାରି ମଧ୍ଯରେ ଏକ ଆସ୍ୱସ୍ଥିକର ଖବର ସାମ୍ନାକୁ ଆସିଛି । କରୋନା ମହାମାରୀର ତୃତୀୟ ଲହର ମାନବ ସମାଜରେ ନିହାତି ଭାବରେ ପ୍ରଭାବ ପକାଇପାରେ ମାତ୍ର ଏହା ଦ୍ୱିତୀୟ ଲହର ପରି ବଡ଼ ଏବଂ ଭୟଙ୍କର ହୋଇନପାରେ ବୋଲି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । 

ଯଦି ବର୍ତମାନ ଠାରୁ ଲୋକମାନେ ସତର୍କ ହୋଇପାରିବେ ତାହାଲେ ନିଶ୍ଚିତ ଭାବରେ କରୋନା ମହାମାରୀର ତୃତୀୟ ଲହରକୁ ପ୍ରତିହତ କରାଯାଇ ପାରିବ ବୋଲି ଆଇସିଏମଆର ରିସର୍ଚ୍ଚରେ ଦର୍ଶାଯାଇଛି ।

ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ଶୁକ୍ରବାର ପ୍ରକାଶିତ ‘ଭାରତରେ କୋଭିଡ୍‌-୧୯ ର ତୃତୀୟ ଲହର ସମ୍ଭାବ୍ୟତା ଏକ ଗାଣିତିକ ମଡେଲିଂ ଆଧାରିତ ବିଶ୍ଳେଷଣ’ ଶୀର୍ଷକ ଏହି ଅଧ୍ୟୟନରେ ଦର୍ଶାଯାଇଛିଯେ, ବିଶ୍ୱରେ କରୋନା ମହାମାରୀର ତୃତୀୟ ଲହର ଆସିବା କୈଣସି ଆଶ୍ଚର୍ଯ୍ୟକର ସୂଚନା ନୁହେଁ । 

ତଥାପି, ଅନୁସନ୍ଧାନକାରୀମାନେ ଚେତାବନୀ ଦେଇଛନ୍ତିଯେ, ଏହି ଆକଳନ ଅନିଶ୍ଚିତତା ମଧ୍ୟରେ ରହିଛି ଏବଂ ଟୀକାକରଣକୁ ତ୍ୱରିତ୍ୱ କରିବା ହେଉଛି ତୃତୀୟ ଲହରକୁ ମୁକାବିଲା କରିବାର ଏକମାତ୍ର ଉପାୟ । ଏହି ଅଧ୍ୟୟନ ଆଇସିଏମଆର ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗଭା, ସନ୍ଦିପ୍ ମଣ୍ଡଳ, ସମୀରନ୍ ପଣ୍ଡା ଏବଂ ନିମାଲାନ୍ ଆରିନାମିନ୍ପାଥିଙ୍କ ଦ୍ୱାରା କରାଯାଇଛି । 

Leave a Reply

Your email address will not be published.