ସ୍ବେତ ପତ୍ର ଦାବି କଲେ ମୋହନ ମାଝି

ଭୂବନେଶ୍ଵର: କୋଭିଡ ପରିଚାଳନାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପିର ବରିଷ୍ଠ ନେତା ତଥା ବିରୋଧୀଦଳର ମୁଖ୍ୟ ସଚେତକ ମୋହନ ମାଜି ୨୦୨୦ ଏବଂ ୨୦୨୧ ମସିହାରେ ସଂକ୍ରମଣ ହେତୁ ମୋଟ ମୃତ୍ୟୁ ସଂଖ୍ୟା ଉପରେ ସ୍ବେତପତ୍ର ଦାବି କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତିଯେ, ରାଜ୍ୟରେ କୋଭିଡ ହେତୁ ମୋଟ ମୃତ୍ୟୁ ସଂଖ୍ୟା ସହ ଜଡିତ ପ୍ରକୃତ ତଥ୍ୟକୁ ଓଡିଶା ସରକାର ଲୁଚାଉଛନ୍ତି ।

ବିଜେପି ନେତା ଆହୁରି କହିଛନ୍ତିଯେ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ରାଜ୍ୟରେ ଭୁସୁଡି ପଡିଛି ଏବଂ ତେଣୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତିଯେ, ସ୍ୱାସ୍ଥ୍ୟସେବା ବିକାଶ ତଥା ଲୋକଙ୍କୁ କେନ୍ଦ୍ରୀୟ ଯୋଜନାର ଲାଭ ପାଇବାରେ ସାହାଯ୍ୟ କରିବାକୁ ଓଡିଶା ସରକାର ଏଠାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ।

Leave a Reply

Your email address will not be published.