ତୃତୀୟ ଲହର ଆସିବା ପୁର୍ବରୁ ପ୍ରସ୍ତୁତ ରହିବାକୁ ଦେଲେ ପରାମର୍ଶ ଦେଲେ ରାହୁଲ ଗାନ୍ଧୀ

ଭୂବନେଶ୍ବର: କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ତୃତୀୟ ଲହରର ଭୟ ସମସ୍ତିଙ୍କୁ ଘାରିବାରେ ଲାଗିଛି । ଲହର ଆସିବା ପୂର୍ବରୁ ପ୍ରସ୍ତୁତ ରହିବାକୁ କଂଗ୍ରେସର ସାଂସଦ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କୁ ଏକ ଶ୍ୱେତପତ୍ର ପ୍ରଦାନ କରିବା ସହ ଅନେକ ଦାବୀ ମଧ୍ୟ କରିଛନ୍ତି ।

 ତେଣୁ ରାହୁଲ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଦ୍ୱିତୀୟ ଲହରରେ ଯେପରି ବେଡ଼୍ ଓ ଅକ୍ସିଜେନ୍ ର ଅସୁବିଧା ହେଲା ସେହିପରି ଅସୁବିଧା ତୃତୀୟ ଲହରରେ ନହେଉ ତେଣୁ ଆଗୁଆ ସର୍ତକ ହେବାକୁ କହିଛନ୍ତି ।ଏହା ମଧ୍ୟ କହିଛନ୍ତି କରୋନା କାଳରେ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଅନାଥ ହୋଇଥିବା ପିଲାମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ।

କରୋନା ସଙ୍କଟ ସମୟରେ ଭ୍ୟାକ୍ସିସିନ୍ ହିଁ ଏକ ବଚିଂବାର ମାଧ୍ୟମ । ଯାହା ସରକାର ଏହାକୁ ସୁଚାର ରୁପେ ଚଳାଇଛନ୍ତି । ଏହା କେବଳ ଗୋଟିଏ ଦିନର କଥା ନୁହେଁ ପ୍ରତିଦିନ ଏହି ଟିକା ଲଗାଇବାର କାର୍ଯ୍ୟ କରିବାକୁ ହେବ । ଯାହାଫଳରେ ସବୁଲୋକ ଟିକା ନେଇପାରିବେ ।

ଏପରି ସମୟରେ ଟିକାକୁ ନେଇ ବିଜେପି ଓ କଂଗ୍ରେସ ଦଳର ଚର୍ଚ୍ଚା କରିବା ଆବଶ୍ୟକ ନୁହେଁ ବୋଲି ରାହୁଲ ଗାନ୍ଧି କହିଛନ୍ତି । ଏହି ଭୂତାଣୁରେ ଏପରି କିଛି ଲୋକଙ୍କ ମୃତ୍ୟୁ ହୋଇଛି ଯାହାକୁ ବଞ୍ଚାଇ ଯାଇପାରିଥାନ୍ତା ହେଲେ ବେଡ଼୍ ,ଅକ୍ସିଜେନ୍ ଓ ବିଭିନ୍ନ ସୁବିଧା ନଥିବାରୁ ସେମାନଙ୍କୁ ବଞ୍ଚାଇ ହୋଇପାରିଲା ନାହିଁ ବୋଲି ମଧ୍ୟ କହିଛନ୍ତି । 

Leave a Reply

Your email address will not be published.