ବିଧାୟକ ଭାବେ ଶପଥ ଗ୍ରହଣ କଲେ ରୁଦ୍ର ପ୍ରତାପ ମହାରଥୀ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ପିପିଲି ନୂଆ ବିଧାୟକ ରୂପେ ଶପଥ ନେଲେ ରୁଦ୍ର ପ୍ରତାପ ମହାରଥୀ । ବିଧାନସଭାରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ତେବେ ଗତ ସେପ୍ଟେମ୍ବରରେ ପିପିଲିର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅକ୍ଟୋବର ୩ ତାରିଖରେ ପିପିଲି ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା ।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ରୁଦ୍ର ମହାରଥୀ ପରାସ୍ତ କରିଥିଲେ । ଏହାପରେ ବିଜୟର ମୁକୁଟ ପିନ୍ଧିଥିଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ୯୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ ହଜାରରୁ ଅଧିକ ଭୋଟ ପାଇଥିଲେ ।

Leave a Reply

Your email address will not be published.