ଆଜି ୫.୩୦ ରେ ବସିବ କ୍ୟାବିନେଟ ବୈଠକ

ଭୂବନେଶ୍ବର, (ନାଗରାଜ ନ୍ଯୁଜ): ଆଜି ୫ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ଆଗକୁ ବିଧାନସଭା ମୌସୁମୀ ଅଧିବେସନ ସହିତ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏହି ବୈଠକର ଗୁରୁତ୍ୱ ଅଧିକ ରହିଛି । ଭର୍ଚ୍ଚୁଆଲ ମୋଡରେ ହେବାକୁ ଥିବା ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନ ପାଇଁ ସରକାର ଆଣିଥିବା ସଂରକ୍ଷଣ ପ୍ରସ୍ତାବ ସହିତ ୯ ଟି ପ୍ରସ୍ତାବ ଉପରେ ନିଷ୍ପତି ନିଆଯାଇ ପାରେ ।

ଏହାସହିତ ବିଦ୍ୟୁତ ଯାନ ପଲିସିକୁ ମଧ୍ୟ ଆଜି ରାଜ୍ୟ ସରକାର ଅନୁମୋଦନ କରିପାରନ୍ତି । ଏହି ପଲିସି ମାଧ୍ୟମରେ ରାଜ୍ୟ ସରକାର ରିହାତି ପ୍ରଦାନ କରିପାନ୍ତି । ଏହା ସହିତ ଆଗାକୁ ରାଜ୍ୟରେ ନିର୍ବାଚନୀ ପାଗ ଦେଖି ସରକାରଙ୍କ ପକ୍ଷରୁ କିଛି ବଡ ଘୋଷଣା ମଧ୍ୟ ହୋଇପାରେ ।

Leave a Reply

Your email address will not be published.