ସହିଦ ସୈନିକ ସ୍ମୁତି ପୀଠକୁ ପ୍ରଶାସନ ପକ୍ଷରୁ ରାତି ଅଧିଆ ଉଛେଦକୁ ଘୋର ବିରୋଧ କଲା ଅବସରପ୍ରାପ୍ତ ସୈନିକ ସଙ୍ଘ

ବାଙ୍କୀ, (ନାଗରାଜ ନ୍ଯୁଜ): କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ଠାରେ ଅବସରପ୍ରାପ୍ତ ସୈନିକ ସଙ୍ଘ ପକ୍ଷରୁ ନିର୍ମାଣଧୀନ ସହିଦ ସୈନିକ ସ୍ମୁତି ପୀଠ ନିର୍ମାଣ ହେବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ ରାତି ଅଧିଆ ବିନା ନୋଟିସରେ ଡମପଡା ତହସିଲଦାର ସହିଦ ସ୍ମୁତି ପୀଠକୁ ଭାଙ୍ଗି ମାଟିରେ ମିସାଇ ଦେଇଥିବା ଅଭିଯୋଗ ହୋଇଛି ।

ପ୍ରଶାସନର ଏଭଳି ଭାଙ୍ଗିବାକୁ ବିରୋଧ କରି ତାତିଛନ୍ତି ଅବସରପ୍ରାପ୍ତ ସୈନିକ ସଙ୍ଘ ବାଙ୍କୀର ଶତାଧିକ ସଦସ୍ୟ ।ତୁରନ୍ତ ତହସିଲଦାର କ୍ଷିତୀଶ ବେହେରା କ୍ଷମା ପାର୍ଥନା କରି ଉକ୍ତ ସ୍ଥାନଟିରେ ପୁନଃ ସହିଦ ମାନଙ୍କ ଉଦେଶ୍ୟରେ ନିର୍ମାଣ କରାଯାଇଥିବା ସ୍ଥାନକୁ ପ୍ରଶାସନ ପକ୍ଷରୁ ନିର୍ମାଣ କରି ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସଂଘ ଦାବି କରି ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି ।

ଏବେ ସଂଘ ପକ୍ଷରୁ ଚେତାବନୀ ଯଦି ଏ ଦିଗରେ ପ୍ରଶାସନ ଠୋସ ପଦକ୍ଷେପ ନେଇ ସହିଦମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ସମ୍ନାନ ଜଣାଇ ତୁରନ୍ତ ସହିଦ ସ୍ମୁତି ପୀଠ ଗଢିତୋଳିବାର ନିଷ୍ପତି ନ ନିଅନ୍ତି ତେବେ ବାଙ୍କିରେ ଥିବା ଦୁଇସହରୁ ଅଧିକ ସୈନିକ ରାଜ ରାସ୍ତାକୁ ଓଲ୍ହାଇବା ସହିତ ଅଖଚକ ସମ୍ପୂର୍ଣ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.