ମୁଖ୍ୟମନ୍ତ୍ରୀ ଦ୍ବାରା କଟକ ଏସସିବିରେ ଉଦଘାଟନ ହେଲା ଇକମୋ ସେବା

କଟକ, (ନାଗରାଜ ନ୍ଯୁଜ): ଚିକିତ୍ସା କ୍ଷେତ୍ରରେ ରାଜ୍ୟକୁ ମିଳିଲା ନୂଆ ଉପଲବ୍ଧି । ରାଜ୍ୟରେ ଆରମ୍ଭ ହେଲା ଏକମୋ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମୋ ମେସିନର ଶୁଭାରମ୍ଭ କରିଛନ୍ତି । ଏହି ମେସିନ କାର୍ଯ୍ୟକାରୀ ହେବା ପରେ ରାଜ୍ୟବାସୀଙ୍କୁ ଆଉ ଏକମୋ ଚିକିତ୍ସା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି । ଗୁରୁତର ରୋଗୀ ମାଗଣାରେ ପାଇପାରିବେ ଏକମୋ ଚିକିତ୍ସା ।

ବହୁ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ରାଜ୍ୟର ବଡ ମେଡିକାଲ ଏସସିବିରେ ଏକମୋ ଚିକିତ୍ସା ଆରମ୍ଭ ହୋଇଛି । ଏସସିବିରେ ମୋଟ ୯ଟି ଏକମୋ ମେସିନ ରହିଛି, ଯାହା ପୁର୍ବ ଭାରତରେ ପ୍ରଥମ ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି । ସର୍ବ ଭାରତୀୟସ୍ତରରେ କୌଣସି ସରକାରୀ ଡାକ୍ତରଖାନାରେ 9ଟି ଏକମୋ ମେସିନର ବ୍ୟବସ୍ଥା କରାଯାଇ ନାହିଁ, ଓଡିଶାରେ ଏହା ପ୍ରଥମ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି(ଶୁକ୍ରବାର) ଏହି ମେସିନର ଶୁଭାରମ୍ଭ କରିଛନ୍ତି । ଏକମୋ ପରିଚାଳନା ପାଇଁ ସ୍ଵତନ୍ତ୍ର ଡାକ୍ତରୀ ଟିମ ଗଠନ ହୋଇଛି । ଜୁଲାଇ ୨୭ରେ ରାଜ୍ୟକୁ ଏକମୋ ମେସିନ ଆସିଥିଲା । ଡାକ୍ତରୀ ଟିମର ପ୍ରଶିକ୍ଷଣ ପରେ ଆଜି ଠାରୁ ରାଜ୍ୟର ବଡ ମେଡିକାଲ ଏସସିବିରେ ଏକମୋ ସେବା ଉପଲବ୍ଧ ।

କଟକରୁ ଭରତ ମହାରଣାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.