ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଭୂବନେଶ୍ବର, (ନାଗରାଜ ନ୍ଯୁଜ): ଆଜି ସର୍ବଦଳୀୟ ବୈଠକ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମୌସୁମୀ ଅଧିବେସନ ପୁର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ରାଜ୍ୟରେ ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଅନେକ ପ୍ରସଙ୍ଗକୁଧରି ବିରୋଧୀ ସରକାରଙ୍କୁ କାଠଗଡାରେ ଠିଆ କରି ପାରନ୍ତି । କରୋନା କଟକଣା ମଧ୍ୟରେ କିପରି ସୁଚାରୁ ରୁପେ ଅଧିବେସନ ଚାଲିବ ସେ ନେଇ ଆଲୋଚନା ହୋଇପାରେ ।

ଗତ ଅଧିବେସନରେ ଗୃହ ଭିତରେ ଦେଖା ଯାଇଥିବା ଅଭାବନୀୟ ପରିସ୍ଥିତି ଯଥା ବିଧାୟକଙ୍କ ସାନିଟାଇଜର ପିଇବା ଉଦ୍ୟମ ହେଉ ଅଥବା ବାଚସ୍ପତିଙ୍କ ଉପରକୁ ଚପଲ ଫୋପଡା ଆଦି ଘଟଣା ଭଳି ପରିସ୍ଥିତି ଯେପରି ନଉପୁଯେ ଏବଂ ଗୃହ ସ୍ୱଭାବିକ ଚାଲେ ସେଥି ନେଇ ଆଲୋଚନା ହୋଇପାରେ ।

ତେବେ ସେପ୍ଟେମ୍ବ୧ ରୁ ଆରମ୍ଭ ହେଉଥିବା ଚଳିତ ମୌସୁମୀ ଅଧିବେସନ ୮ ଦିନ ବ୍ୟାପି ଚାଲିବ । ଆଜିର ବେଠକରେ ପ୍ରଶ୍ନକାଳ ଏବଂ ଗୃହର କାର୍ଯ୍ୟ କେତେ ସମୟ ଚାଲିବା ଆଦି ବହୟ ଉପରେ ଆଲୋଚନା ହୋଇପାରେ । ପୁର୍ବ ସୂଚନା ମୁତାବକ ଯେଉଁ ବିଦାୟକ ମାନେ କୋଭିଡ ଟିକାର ଦୁଇଟି ଡୋଜ ନେଇ ନାହାନ୍ତି ସେମାନଙ୍କର ଆରଟିପିସିଆର ପରିକ୍ଷା ହେବ । 

Leave a Reply

Your email address will not be published.