ରାଜ୍ୟରେ କରୋନା ନେଲା ଆଉ ୬୯ ଜୀବନ

ଭୁବନେଶ୍ଵର, (ନାଗରାଜ ନ୍ଯୁଜ): ରାଜ୍ୟରେ ପ୍ରତିଦିନ କରୋନା ମୃତ୍ୟୁସଂଖ୍ୟା ୬୦ ଉପରେ ରହୁଛି । ଆଜି ରାଜ୍ୟରେ ୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬୯୭ ଜଣକୁ ବୃଦ୍ଧି ପାଇଛି ।

ଆଜି କଟକରୁ ସର୍ବାଧିକ ୩୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳରୁ ୬ ଜଣ, ଯାଜପୁର, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲ୍ଳାରୁ ୩ ଲେଖାଏଁ, ଜଗତସିଂହପୁରରୁ ୯ ଜଣ, ଅନୁଗୁଳ ଓ ନବରଙ୍ଗପୁରରୁ ୨ ଲେଖାଏଁ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Leave a Reply

Your email address will not be published.