ରାଜ୍ୟରେ ତଳମୁଁହା ମହାମାରୀ, ୨୪ ଘଣ୍ଟାରେ ୮୧୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (ନାଗରାଜ ନ୍ଯୁଜ): ରାଜ୍ୟରେ କରୋନା ମହାମାରୀ ଏବେ ତଳମୁଁହା ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୧୦୬ ଜଣ ୧୮ ବର୍ଷ ବୟସର ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହିତ ୪୭୫ ଜଣ କ୍ବାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୪୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫ ଜଣକୁ ବୃଦ୍ଧି ପାଇଛି।

ଆଜି ପୁରୀ ଜିଲ୍ଲାରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଢ଼େଙ୍କାନାଳରୁ ୧୯ ଜଣ, ସମ୍ବଲପୁରରୁ ୧୮ ଜଣ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୬ ଜଣ ଲେଖାଏଁ, ଅନୁଗୁଳ, ବରଗଡ଼ ଓ ଦେବଗଡ଼ ଜିଲ୍ଲାରୁ ୧୩ ଜଣ ଲେଖାଏଁ, ନୟାଗଡ଼ରୁ ୧୨ ଜଣ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରୁ ୯ ଜଣ ଲେଖାଏଁ, କୋରାପୁଟରୁ ୫ ଜଣ, କଳାହାଣ୍ଡି ଓ ମାଲାକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୨୯୧ ଜଣ, କଟକ ୧୧୬ ଜଣ, ବାଲେଶ୍ବରରୁ ୪୬ ଜଣ, ଜଗତସିଂହପୁରରୁ ୩୪ ଜଣ, ଯାଜପୁରରୁ ୩୧ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ, ମୟୂରଭଞ୍ଜରୁ ୨୭ ଜଣ, ବଲାଙ୍ଗୀର ଓ କନ୍ଧମାାଳ ଜିଲ୍ଲାରୁ ୩ ଜଣ ଲେଖାଏଁ, ଝାରସୁଗୁଡ଼ା, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲରୁ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.