ବେଙ୍ଗଲରେ ଟିଏମସି, ବିଜେପି କଡ୍ଡା ଟକ୍କର

ନୂଆଦିଲ୍ଲୀ: ଭୋଟ ଗଣତି ଆଗକୁ ବଢିବା ସହ ଭୋଟର ମୋଡରେ ମଧ୍ୟ ପରିବର୍ତ୍ତନ ଆସିଛି । ପ୍ରଥମ ଅଧ ଘଣ୍ଟା ପଶ୍ଚିମବଙ୍ଗରେ ବିଜେପି ଆଗରେ ରହିଥିବା ବେଳେ ଏବେ ଟିଏମସି ସବୁକିଛି ଲିଡ୍‌ ହାସଲ କରିଛି। ହେଲେ ଦୁଇ ଦଳ ମଧ୍ୟରେ ଦୂରତା ବହୁତ କମ ରହିଛି। ଅର୍ଥାତ ବେଙ୍ଗଲରେ ଦିଦି ଓ ମୋଦି ଲ‍ଢ଼େଇ ଜୋରଦାର ହୋଇଛି।

ପଶ୍ଚିମବଙ୍ଗ ବିଧାନସଭାର ୨୯୨ଟି ଆସନରୁ ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ୧୭୦ଟି ଆସନରୁ ମମତା ବାନାର୍ଜୀଙ୍କ ଟିଏମସି ୮୬ଟିରେ ଆଗରେ ରହିଛି। ସେହିପରି ବିଜେପି ୮୩ଟି ସିଟ୍‌ରେ ଲିଡ୍‌ କରୁଛି। ଏହା କିଛି ସମୟ ପରେ ବଦଳି ଯିବାର ମଧ୍ୟ ସମ୍ଭାବନା ରହିଛି। ତେବେ କଂଗ୍ରେସ ଓ ବାମମେଣ୍ଟ ଏଯାଏ କୌଣସି ଆସନରେ ବି ଲିଡ୍‌ କରିପାରିନାହାନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ଆଗରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଛରେ ରହିଛନ୍ତି।

ତାମିଲନାଡୁ ୨୩୪ଟି ଆସନରୁ ବର୍ତ୍ତମାନ ୪୮ଟି ସ୍ଥାନରେ ଇଭିଏମ ଖୋଲି। ଏଥିରେ ଡିଏମକେ ୩୫ଟି ଆସନରେ ଆଗରେ ଥିବା ବେଳେ ଶାସକ ଏଆଇଏଡିଏମକେ ମାତ୍ର ୧୨ଟି ଆସନରେ ଲିଡ୍‌ କରିପାରିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

ଆସାମରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏଠାରେ ଏଯାଏ ଗଣତି ହୋଇଥିବା ୨୬ଟି ଆସନରୁ ବିଜେପି ମେଣ୍ଟ ୧୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୬ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

କେରଳରେ ଏଲଡିଏଫ ୨୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୧୦ଟି ଓ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛି।

Leave a Reply

Your email address will not be published.