ଆରମ୍ଭ ହେଲା ଭୋଟ ଗଣତି, ବିଜେପି ଆଗରେ

ନୂଆଦିଲ୍ଲୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ ଗଣତି। ଏବେ କିଛି ମାତ୍ର ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ଏସବୁ ମଧ୍ୟରେ ସବୁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ଏଯାବତ ଗଣତି ଆରମ୍ଭ ହୋଇଥିବା ୫୭ଟି ଆସନରୁ ବିଜେପି ୩୨ଟି ଆସନରେ ଆଗରେ ଥିବା ବେଳେ ଟିଏମସି ୨୫ଟିରେ ଆଗୁଆ ରହିଛି। କଂଗ୍ରେସ-ବାମ ମେଣ୍ଟ ଖାତା ଖୋଲି ପାରି ନଥିବା ବେଳେ ଅନ୍ୟାନ୍ୟ ଦଳ ସପକ୍ଷରେ ମଧ୍ୟ ଶୂନ ଆସନ ରହିଛି।

ତାମିଲନାଡୁରେ୧୩ଟି ଆସନର ଇଭିଏମ ଖୋଲିଛି। ଏଥିରେ ଡିଏମକେ ୯ଟି ଓ ଶାସକ ଏଆଇଏଡିଏମକେ ୪ଟି ଆସନରେ ଆଗୁଆ ରହିଛି।

କେରଳରେ ୫୫ଟି ଆସନରୁ ଏଲଡିଏଫ ୨୬, କଂଗ୍ରେସ ମେଣ୍ଟ ୨୫, ବିଜେପି ୩ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ଆସମର ଭୋଟ ଗଣତି ହୋଇଥିବା ୧୬ଟି ଆସନରୁ ବିଜେପି ୯ଟି ଓ କଂଗ୍ରେସ ୫ଟି ଆସନରେ ଆଗୁଆ ରହିଛି। ଏଜେପି ୨ଟି ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିନାହାନ୍ତି।

ପୁଡୁଚେରୀର ୫ଟି ଆସନରେ ବିଜେପି ମେଣ୍ଟ ୪ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ମାତ୍ର ୧ଟି ଆସନରେ ଆଗୁଆ ରହିଛି।

Leave a Reply

Your email address will not be published.