ସେମିଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପରେ ୨ୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ରାତି ସାଢ଼େ ୭ଟାରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ପାକିସ୍ତାନର ଚିନ୍ତା ବଢ଼ାଇଛି କରୋନା । ଯାହା ଭାରତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରକାଶ ପାଇଛି । ପାକିସ୍ତାନର ଚିନ୍ତା ବଢ଼ିବାର କାରଣ ହେଲା ଯେ, ଶୋଏବ ମଲିକ ଓ ମହମ୍ମଦ ରିଜୱାନଙ୍କୁ କରୋନା ହୋଇଛି, ଯେଉଁଥିପାଇଁ ସେମାନେ ଅଭ୍ୟାସ ମ୍ୟାଚରେ ସାମିଲ ହୋଇପାରି ନାହାନ୍ତି ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସରଫରାଜ ଅହମଦ ଓ ହାଇଦର ଅଲୀଙ୍କୁ ବିକଳ୍ପ ଭାବେ ରଖାଯାଇଛି । ଏମାନେ ପୂର୍ବରୁ ମଧ୍ୟ ଦଳରେ ଅଂଶବିଶେଷ ଥିଲେ । ମାତ୍ର ଶୋଏବ ମଲିକ ଓ ମହମ୍ମଦ ରିଜୱାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି, ଡାକ୍ତର ସେମାନଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଉଭୟଙ୍କୁ ନେଇ ଅନ୍ତିମ ନିଷ୍ପତ୍ତି ହେବ । ଉଭୟ ଖେଳାଳି ଭଲ ଫର୍ମରେ ଥିବାରୁ ଏବଂ ଆଖି ଆଗରେ ଅଷ୍ଟ୍ରେଲିଆ ଥିବାରୁ ପାକିସ୍ତାନର ଚିନ୍ତା ବଢ଼ିବା ସ୍ୱାଭାବିକ । ଶୋଏବ ମଲିକ ଶେଷ ମ୍ୟାଚରେ ୧୮ଟି ବଲ ଖେଳି ୫୪ ରନ କରିଥିଲେ ।

Leave a Reply

Your email address will not be published.