ଫ୍ରାନ୍ସରେ ଭୟ ସୃଷ୍ଟି କଲାଣି କରୋନାର ୫ମ ଲହର, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ସାରା ବିଶ୍ୱକୁ କରୋନା ମହାମାରୀ କବଳି କରି ରଖିଛି । ବିଶ୍ୱର ସମସ୍ତ ଦେଶରେ ଗୋଟେ ପରେ ଗୋଟେ କରୋନାର ଲହର ଦେଖାଯାଉଛି । ଭାରତର କରୋନା ୨ୟ ଲହର ଚାଲୁଥିବାବେଳେ ମହାମାରୀର ୫ମ ଲହର ଫ୍ରାନ୍ସରେ ଆରମ୍ଭ ହୋଇଥିବା ବୁଧବାର ଦିନ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଅଲିଭର ବେରାନ କହିଛନ୍ତି । ‘ଟିଏଫ-ୱାନ’ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତକାରରେ ଫ୍ରାନ୍ସ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ‘ଟିଏଫ-ୱାନ’ ସାକ୍ଷାତକାରରେ ବେରାନ କହିଛନ୍ତିଯେ ‘ଅନେକ ପଡୋଶୀ ଦେଶ କୋଭିଡ ମହାମାରୀର ଏକ ପଞ୍ଚମ ଲହରରେ କବଳିତ ହୋଇସାରିଛନ୍ତି । ଏବେ ଫ୍ରାନ୍ସରେ ମଧ୍ୟ ପଞ୍ଚମ ଲହର ଆରମ୍ଭ ହୋଇଯାଇଛିି ।

ସୂଚନାଯୋଗ୍ୟ, ବୁଧବାର ଦିନ ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ପ୍ରାୟ ୧୧, ୮୮୩ ନୂତନ ସଂକ୍ରମଣ ରେକର୍ଡ କରିବା ସହ ଦେଶରେ ନୂତନ ସଂକ୍ରମଣର ସମୁଦାୟ ସଂଖ୍ୟା ୧୦,୦୦୦ରେ ପହଞ୍ଚିଛି । ଅକ୍ଟୋବର ମଧ୍ୟଭାଗରୁ ନୂତନ କରୋନା ଭାଇରସ ମାମଲାରେ ସପ୍ତାହରେ ଦୁଇ ଅଙ୍କ ବିଶିଷ୍ଟ ଶତକଡ଼ା ବୃଦ୍ଧି ଘଟିଛି । ଦେଶରେ ପୁନଶ୍ଚ କୋଭିଡ-୧୯ ସଂକ୍ରମଣ ହାର ବୃଦ୍ଧି ପାଉଛି ବୋଲି ସତର୍କ କରାଇ ଚଳିତ ସପ୍ତାହ ପ୍ରାରମ୍ଭରେ ଫ୍ରାନ୍ସର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ କହିଥିଲେ । କୋଭିଡ-୧୯ ବୁଷ୍ଟର ଡୋଜ ଟିକା ନେଇଥିବା ୬୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କମାନେ ରେସ୍ତୋରାଁ ଓ ସାଂସ୍କୃତିକ କାର୍ୟ୍ୟକ୍ରମକୁ ଯାଇପାରିବେ । ଇଣ୍ଟରସିଟି ଟ୍ରେନରେ ଯାତ୍ରା କରିପାରିବେ । ‘ହେଲ୍‌ଥ୍‌ ପାସ’ର ବୈଧ୍ୟତା ବୃଦ୍ଧି ପାଇଁ ସେମାନଙ୍କୁ ଡିସେମ୍ବର ୧୫ ତାରିଖ ଠାରୁ ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ।

Leave a Reply

Your email address will not be published.