ଆଜିଠାରୁ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ ଆରମ୍ଭ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜିଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ ଆରମ୍ଭ ହେବ । ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ତଥା ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତୀୟ ଟିମରେ ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଋଷଭ ପନ୍ତ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ହର୍ଷଲ ପଟେଲ ରହିଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ଟିମ ସାଉଦୀଙ୍କ ନେତୃତ୍ୱରେ ଭାରତକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ନ୍ୟୁଜଲାଣ୍ଡ ଟିମରେ ଟିମ ସାଉଦୀ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଟିମ ସେଫର୍ଟ, ଟଡ ଆସଲେ, ମାର୍କ ଚାପମ୍ୟାନ, ଲୋକି ଫର୍ଗୁସନ, ଆଦାମ ମିଲନେ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର ଓ ଈଶ ସୋଢି ରହିଛନ୍ତି । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ପ୍ରଥମ ମ୍ୟାଚ ଖେଳାଯିବ ।

ବିରାଟ କୋହଲି ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ପଦ ଛାଡ଼ିବା ପରେ ଏହି ଦାୟିତ୍ୱ ରୋହିତ ଶର୍ମାଙ୍କୁ ମିଳିଛି । ସେହିପରି ନ୍ୟୁଜିଲାଣ୍ଡର ନିୟମିତ ଅଧିନାୟକ କେନ ୱିଲିୟମସନ ମଧ୍ୟ ଟି-୨୦ ମ୍ୟାଚରେ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ଟିମ ସାଉଦୀ ନେତୃତ୍ୱ ନେଇଛନ୍ତି ।

Leave a Reply

Your email address will not be published.