ତୁଟୁନି ଛତିଶଗଡରେ କଂଗ୍ରେସର ହାଇ ଡ୍ରାମା, ଦିଲ୍ଲୀ ଗଲେ ୯ ବିଧାୟକ

ନୂଆଦିଲ୍ଲୀ, (ନାଗରାଜ ନ୍ଯୁଜ): ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହିତ ୯ ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ପଦବିକୁ ନେଇ ଭୁପେଶ ବାଘେଲ ଏବଂ ମନ୍ତ୍ରୀ ସିଂଦେଓଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆଜି ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀରେ ପହଁଞ୍ଚିଛନ୍ତି । ଦୁଇଦିନ ମଧ୍ୟରେ ପ୍ରାୟ ୩୫ ଜଣ ବିଧାୟକ ପୁନିଆ ଏବଂ ରାଜ୍ୟ କଂଗ୍ରେସ ସଭାପତି ମୋହନ ମାର୍କମ ସେମାନଙ୍କୁ ହାଇ କମାଣ୍ଡକୁ ସମ୍ମାନ ଦେବା ଏବଂ ଅନୁଶାସନ ପାଳନ କରିବାକୁ କହିଛନ୍ତି। ରାଜ୍ୟରେ କଂଗ୍ରେସର ୭୦ ଜଣ ବିଧାୟକ ଅଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ ସିଂଦେଓଙ୍କ ନେତୃତ୍ୱ ଏବଂ ବାଗେଲଙ୍କ ନେତୃତ୍ୱ ମଧ୍ୟରେ ବିବାଦ ଦେଖିବାକୁ ମିଲିଛି । ସୂତ୍ରରୁ ପ୍ରକାଶ ଯେ ରାଜୟରେ ମୁଖୟମନ୍ତ୍ରୀ ପଦ ପରିବର୍ତ୍ତନ ହୋଇପାରେ । ତେବେ ଏତେ ସଂଖ୍ୟକ ଦଳର ବିଧାୟକଙ୍କୁ ଦିଲ୍ଲୀ ନେଇ ବାଘେଲ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ବାଘେଲ କହିଛନ୍ତି ଯେ ତାଙ୍କୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟ କେସି ଭେନୁଗୋପାଲ ଡାକିଛନ୍ତି । ତେବେ ଏଆଇସିସିର ଛତିଶଗଡର ଦାୟିତ୍ୱରେ ଥିବା ପି ଏଲ୍ ପୁନିଆ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି ।

କାହିଁକି ଏତେ ସଂଖ୍ୟକ ବିଧାୟକ ହଠାତ୍ ଦିଲ୍ଲୀ ଯାତ୍ରା କରୁଛନ୍ତି ବୋଲି ପଚରାଯିବାରୁ ବାଗେଲ କହିଛନ୍ତି ଯେ ଏହି ବିଷୟ ଉପରେ ବାଗେଲ କହିଛନ୍ତି ଯେ ମୁଁ କାହାର ବିବୃତ୍ତି ଉପରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ। ସେମାନେ ସେମାନଙ୍କର ନେତାଙ୍କୁ ଭେଟିବାକୁ ଯାଉଛନ୍ତି। କରୋନା ପ୍ରତିବନ୍ଧକ ଯୋଗୁଁ କେହି ଯାତ୍ରା କରିବାକୁ ସକ୍ଷମ ହୋଇନାହାଁନ୍ତି ଏବଂ ତେଣୁ ସେମାନେ ବର୍ତ୍ତମାନ ଯାଉଛନ୍ତି ଏବଂ ମୋତେ ମଧ୍ୟ ଡକାଯାଇଛି ତେଣୁ ମୁଁ ଯାଉଛି।

Leave a Reply

Your email address will not be published.