ଲୁଗା ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ବାଲିଆପାଳ: ରାସ୍ତା ଭିଡ଼ ହଟାଇବାକୁ ଯାଇ ଲୁଗା ଦୋକାନିକୁ ଭୁଜାଲିରେ ଆକ୍ରମଣର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଭୋଗରାଇ ହାଟରେ ଏକ ଲୁଗା ଦୋକାନୀକୁ ଖଣ୍ଡାରେ ଆକ୍ରମଣ କରିଥିଲେ ଫଳରେ ଦୋକାନୀ ଜଣକ ଆହତ ହୋଇଛନ୍ତି । ଘଟଣା ପଛରେ ରବିବାର ରାତିରେ ଭୋଗରାଇ ହାଟରେ ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଅଟକାଇ ଯୁବକ ଜଣକ ଗଣ୍ଡଗୋଳ କରୁଥିଲେ, ସ୍ଥାନୀୟ ଲୋକେ ଓ ଲୁଗା ଦୋକାନି ଯୁବକ ଜଣଙ୍କୁ ଗଣ୍ଡଗୋଳ କରିବା ପାଇଁ ମନା କରିଥିଲେ । ପରେ ସର୍ମ୍ପକୀୟ ଯୁବକ ଓ ତାଙ୍କ ଭାଇ ଲୁଗା ଦୋକାନିକୁ ଭୁଜାଲି ଦେଖାଇ ଧମକ ଦେବା ସହ ଆକ୍ରମଣ କରିଥିଲେ । ସୌଭାଗ୍ୟ ବସତ ଦୋକାନୀ ଯୁବକ ଜଣକ ଆକ୍ରମଣରୁ ବଞ୍ଚିତ ଯାଇଥିଲେ । ତେବେ ଆକ୍ରମଣ କରିଥିବା ଯୁବକ ଏବଂ ତାଙ୍କ ଭାଇଙ୍କୁ ସ୍ଥାନୀୟ ଲୋକେ କାବୁ କରି ଭୋଗରାଇ ପୋଲିସରେ ଅଭିଯୋଗ କରିଛନ୍ତି। ଆକ୍ରମଣ କରଥିବା ଦୁଇ ଯୁବକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ଜେନା ଓ ଜିତେନ୍ଦ୍ର ଜେନା । ତେବେ ଏନେଇ ଭୋଗରାଇ ଥାନାରେ ମାମଲା ରୁଜୁ କରାଯାଇଛି ।

Leave a Reply

Your email address will not be published.