ନକଲି ଜର୍ଦ୍ଦା ଓ ମୁଦୁକ କମ୍ପାନୀ,ଠାବ

ଦିର୍ଘ ୪ମାସ ମଧ୍ୟରେ କଟକ କମିସନରରେଟ୍ ପୋଲିସ ଓ ମହାନଗର ନିଗମର କର୍ମଚାରୀ , ୧୫ ଟି ନକଲି ଅପମିଶ୍ରିତ କାରଖାନା ଉପରେ ଚଢାଉ କରି ୫କୋଟି ୫୦,ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିବା ସହ ୧୬ ଜଣଙ୍କୁ ଗିରଫ କରିଛି l ଆଜି ଜଗତପୁର ସ୍ଥିତ ତାଳବଣିଆ ମୁଣ୍ଡା ସାହି ଠାରେ ଥିବା ଏକ ନକଲି ଜର୍ଦ୍ଦା କମ୍ପାନୀ ଏସିପି ଅମରେନ୍ଦ୍ର ପଣ୍ଡାପ ଙ୍କ ନେତୃତ୍ୱରେ କଟକ କମିସନରରେଟ୍ ପୁଲିସ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଚଢାଉକରି ୭ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ନକଲି ପାନଜର୍ଦ୍ଦା ଓ ମୁଦୁକ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି l ମୁଖ୍ୟ ଅଭିଯୁକ୍ତ ପାର୍ଥ ମାନା ଓ ସହଯୋଗୀ ସେକ ଅବଦୁଲ ଜମିର ଙ୍କୁ ପୁଲିସ ଅଟକ ରଖିଛି l ଏଠି ପ୍ରଶ୍ନ ଉଠୁଛି ଏହି କମ୍ପାନୀ ଗୁଡିକୁ ଯେତେବେଳେ ଖୋଲିବା ପାଇଁ ଅନୁମତି ଦିଆଯାଉଛି ସେତେବେଳେ ସ୍ବାସ୍ଥ୍ୟ ବିଭାଗ ଠିକସେ ଆଙ୍କ ଉପରେ ନଜର ନରଖିବାରୁ ଏହିଭଳି ଅପମିଶ୍ରିତ ନକଲି କମ୍ପାନୀ ଗୁଡିକ ସାଧାରଣ ଲୋକଙ୍କୁ ଭକୁଆ ବନାଇ ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଇ ନିଜର ସାର୍ମାଯ୍ଯ ବିସ୍ତାର କରି ଲୋକମାନଙ୍କ ଜିବନ ସହିତ ଖେଳ ଖେଳୁଛନ୍ତି , ଅନ୍ଯପକ୍ଷରେ ସରକାର ଲୋକମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଖାଦ୍ଯର ଉର୍ନତ ମାନ ପରଖିବା ପାଇଁ ବିଭିନ୍ନ ବିଭାଗ କର୍ମଚାରୀ ନିଯୁକ୍ତି କରିଥିଲେ ମଧ୍ୟ 4 ମାସରେ 15ଟି ଅପମିଶ୍ରିତ କମ୍ପାନୀର ଠାବ ହେବାପରେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବାଇଟି-୧-ଅମରେନ୍ଦ୍ର ପଣ୍ଡା(ଏ ସିପି ଯୋନ-୧)
ବାଇଟି-୨-ରବିନ୍ଦ୍ର ନାଥ ମେହେର (ଜଗତପୁର ,ଥାନା ଅଧିକାରୀ) କଟକ

Leave a Reply

Your email address will not be published.