ଆଜିର ଅନୁଚିନ୍ତା

_ତାରିଖ – ୧୭:୧୨:୨୦୨୦ (ଗୁରୁବାର )

ଜଣେ ଦାନୀ ଠାରୁ ଜ୍ଞାନୀ ମହାନ୍ ହୋଇଥାଏ କାହିଁକିନା — ଦାନୀଠାରୁ ମିଳିଥିବା ଦାନ କିଛି ଦିନ ପର୍ଯ୍ୟନ୍ତ ଯାଇଥାଏ କିନ୍ତୁ ଜ୍ଞାନୀଠାରୁ ମିଳିଥିବା ଜ୍ଞାନ ଆଜୀବନ ପାଇଁ ସାଥିରେ ରହିଥାଏ ।
ଶାନ୍ତି ରହିବାକୁ ଚେଷ୍ଟା କର ଜୀବନରେ ନିଜକୁ ବହୁତ ମଜବୁତ୍ କରି ପାରିବ , କାହିଁକି ନା — ଲୁହା ଥଣ୍ଡାରେ ହିଁ ମଜବୁତ୍ ଥାଏ ଗରମ ଅବସ୍ଥାରେ ତ ତାକୁ ଯେପରି ଚାହିଁବ ସେପରି ଆକାର ଦେଇ ପାରିବ —।

ମଣିଷ ଯେତେବଡ ସଫଳତା ପାଇଲେ ବି ଦୁଇ ଜଣଙ୍କ ପାଖରେ ସବୁବେଳେ ହାର୍ ମାନିଯାଏ
ପ୍ରଥମଟି ପରିବାର
ଦ୍ବିତୀୟଟି ପ୍ରେମ

ପର ଦୁଃଖ ଦେଖି ହସିବ ନାହିଁ ।
ପର ବଳ ତୁଚ୍ଛା କସିବ ନାହିଁ ।
ପର ନାରୀ ଗୋଡ ଘଷିବ ନାହିଁ ।
ପର ପାଟ ଜମି ଚଷିବ ନାହିଁ ।
ପର ଘରେ ଏକା ପସିବ ନାହିଁ ।
ପର ପିନ୍ଧା ଲୁଗା ରସିବ ନାହିଁ ।
ପର ବିପତ୍ତିରେ ଖସିବ ନାହିଁ ।
ପର କଳହରେ ପସିବ ନାହିଁ ।

ଏତେ ରାଗ,ଅଭିମାନ,ଇର୍ଷା, Egoକଣ ପାଇଁ ନିଶ୍ବାସ ବନ୍ଦ ହେଇଗଲେ ସବୁ ଶେଷ ହୋଇଯିବ ।

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

Leave a Reply

Your email address will not be published.