କଡାକଡି ହେଉଛି ରଥଟଣା ନିୟମ, କ୍ୟାମେରାରେ ଫଟୋ ଉଠାଇପାରିବେନି ସେବାୟତ

ପୁରୀ: କରୋନା ମହାମାରୀ ହେତୁ କଡାକଡି ହେଉଛି ରଥଟଣା ନିୟମ । କଟକଣା ମଧ୍ୟରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସେଥିପାଇଁ ଛତିଶା ନିଯୋଗ ବୈଠକ ଶେଷ ଆୟୋଜିତ ହୋଇଥିଲା । ବୈଠକରେ ଆଲୋଚନା ହୋଇଥିବା ନିୟମ ଅନୁସାରେ ଗତବର୍ଷ ପରି ବିନା ଭକ୍ତରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ସୀମିତ ସଂଖ୍ୟାରେ ସେବାୟତ ଉପସ୍ଥିତ ରହିବେ। ସେମାନେ କ୍ୟାମେରାରେ ଫଟୋ ଉଠାଇପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଗତବର୍ଷ ପରି କେବଳ ସୀମିତ ସଂଖ୍ୟାକ ସେବାୟତ ମାନେ ରଥଟାଣିବେ। ଅନ୍ୟ କେହି ରଥଟାଣିବେ ନାହିଁ। ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ହେବ କୋଭିଡ୍‌ ଆରଟିପିସିଆର୍‌ ଟେଷ୍ଟ କରାଇବେ ରିପୋର୍ଟ ନେଗେଟିଭ୍‌ ଥିଲେ ଯାତ୍ରାରେ ସାମିଲ ହେବେ।

ମାସ୍କ ଓ ଗାମୁଛା ସେବାୟତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ରଥଟାଣିବା ସମୟରେ କ୍ଳାନ୍ତ ଅନୁଭବ କଲେ ଅସ୍ଥାୟୀ ବିଶ୍ରାମ କକ୍ଷ ହେବ। ମେଡିକାଲ ଟିମ୍‌ ମଧ୍ୟ ଉପସ୍ଥିତ ରହିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପିଇବା ପାଣି ବ୍ୟବସ୍ଥା ହେବ। ରଥ ଗୁଣ୍ଡିଚା ମନ୍ଦିରରେ ଲାଗିବାପରେ ସେବାୟତଙ୍କ ଫେରିବା ପାଇଁ ଗାଡି ବ୍ୟବସ୍ଥା ହୋଇଛି ।

Leave a Reply

Your email address will not be published.