୩୩୫ ଟ୍ରେନ୍‌ ବାତିଲ କଲା ରେଳବିଭାଗ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୩୩୫ ଟ୍ରେନ୍‌ ବାତିଲ କଲା ରେଳବିଭାଗ । ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ବାତିଲ କରାଯାଇଥିବାର ତାଲିକା ଜାରି କରିଥାଏ । ବିଭିନ୍ନ କାରଣରୁ ଏହି ଟ୍ରେନ୍‌ ଗୁଡ଼ିକ ବାତିଲ କରିବାକୁ ପଡ଼ିଥାଏ । ସେଥିପାଇଁ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀ ନିଜର ଟ୍ରେନ୍‌ର ସ୍ଥିତି ଜାଣିବା ଦରକାର ।

ଭାରତୀୟ ରେଳବାଇ ଡିସେମ୍ବର ୨୩ ତାରିଖ ପାଇଁ ୩୩୫ଟି ଟ୍ରେନ୍‌ ବାତିଲ କରିଛି । ଏଥିରେ ୨୯୩ଟି ଟ୍ରେନ୍‌ ସଂପୂର୍ଣ୍ଣ ରୂପେ ରଦ୍ଦ ହୋଇଥିଲା ବେଳେ ୫୨ଟି ଟ୍ରେନ୍‌ ଆଂଶିକ ଭାବେ ବାତିଲ ହୋଇଛି । ରେଳବାଇର ୱେବ୍‌ସାଇଟ୍‌ enquiry.indianrail.gov.in ଅନୁସାରେ ୩୦ଟି ଟ୍ରେନ୍‌ର ରୁଟ ପରିବର୍ତ୍ତନ କରାଯାଇଛି । ଏତଦ ବ୍ୟତୀତ ୪ଟି ଟ୍ରେନ୍‌ର ଯାତ୍ରାକୁ ସମୟ ପରିବର୍ତ୍ତନ କରାଯାଇଛି।

Leave a Reply

Your email address will not be published.