ଦିଲ୍ଲୀରେ ପୁଣି ୪ ‘ଓମିକ୍ରନ’ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦିଲ୍ଲୀରେ ଆଜି ପୁଣି ଆଉ ୪ଜଣ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ସର୍ବମୋଟ ‘ଓମିକ୍ରନ୍‌’ ସଂକ୍ରମଣ ୧୦ରେ ପହଞ୍ଚିଲେଣି । ସମଗ୍ର ଦେଶରେ ଓମିକ୍ରନ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି, ସମ୍ପ୍ରତି ୯ଜଣ ଓମିକ୍ରନ୍ ରୋଗୀ ଦିଲ୍ଲୀର ‘ଏଲ୍‌ଏନ୍‌ଜେପି ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ଜଣେ ରୋଗୀଙ୍କୁ ଘରକୁ ବିଦା କରିଦିଆଯାଇଛି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କାହାରି ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ନାହିଁ।

Leave a Reply

Your email address will not be published.