୨୧କୁ ବୃଦ୍ଧି ଝିଅଙ୍କ ବିବାହ ବୟସ, କ୍ୟାବିନେଟ୍ ରେ ମଞ୍ଜୁରୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଝିଅଙ୍କ ବିବାହ ବୟସ୨୧କୁ ବୃଦ୍ଧି । । ଆଇନଗତ ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଝିଅଙ୍କ ବିବାହ ବୟସ ୧୮ ଥିଲା । ଏବେ ୨୧କୁ ବୃଦ୍ଧି କରାଯାଇଛି । ତେବେ ବୁଧବାର ଦିନ ଏହା କ୍ୟାବିନେଟ୍‌ ରେ ପାରିତ ହୋଇଛି । ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଥିବା ସୂଚନା ଦେଇଥିଲେ। ଏବେ କେନ୍ଦ୍ର କ୍ୟାବିନେଟ ଝିଅଙ୍କ ବାହାଘର ବୟସ ୨୧କୁ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛି । ଗତବର୍ଷ ସ୍ୱାଧୀନତା ଦିବସ ଭାଷଣ ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ “ଝିଅ ଓ ଭଉଣୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର ସବୁବେଳେ ଯତ୍ନବାନ ରହିଛନ୍ତି ।

ଝିଅମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବାକୁ ହେଲେ, ସେମାନଙ୍କ ବିବହାର ଠିକ୍‌ ବୟସରେ ହେବା ଦରକାର।” ନୀତି ଆୟୋଗଦ୍ୱାରା ଗଠିତ ‘ଟାସ୍କ୍‌ ଫୋର୍ସ’ ମାତୃତ୍ୱର ଉଚିତ ବୟସ, ମାତୃ ମୃତ୍ୟୁହାର ହ୍ରାସର ଜରୁରୀ, ପୋଷକତତ୍ତ୍ୱ ସ୍ତରରେ ଉନ୍ନତି ଏବଂ ସେଭଳି ସମସ୍ୟାଗୁଡ଼ିକୁ ପରୀକ୍ଷା କରିବା ପରେ କରିଥିବା ସୁପାରିସ ଭିତ୍ତିରେ ଏହି ପ୍ରସ୍ତାବ ଆଧାରିତ। ଉକ୍ତ ‘ଟାସ୍କ୍‌ ଫୋର୍ସ’ର ମୁଖ୍ୟ ହେଉଛନ୍ତି ଜୟା ଜେଟ୍‌ଲୀ । ଏଥିରେ ଶିଶୁରୋଗ ବିଶେଷଜ୍ଞ ଭି.କେ. ପଲ୍‌ଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ସମ୍ପ୍ରତି ପୁଅମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଏବଂ ଝିଅମାନଙ୍କ ୧୮ ରହିଛି। ପାରିତ ହୋଇଥିବା ନୂଆ ପ୍ରସ୍ତାବକୁ ଆଇନ କରିବା ଲାଗି ସରକାର ‘ପ୍ରୋହିବିସନ୍‌ ଅଫ୍‌ ଚାଇଲ୍‌ଡ୍‌ ମ୍ୟାରେଜ୍‌ ଆକ୍ଟ’, ‘ସ୍ପେସାଲ୍‌ ମ୍ୟାରେଜ୍‌ ଆକ୍ଟ୍‌’ ଏବଂ ହିନ୍ଦୁ ମ୍ୟାରେଜ୍‌ ଆକ୍ଟ୍‌’ଗୁଡ଼ିକୁ ସଂଶୋଧନ କରିବେ ।

Leave a Reply

Your email address will not be published.