୬ ଜଣ ଓଡ଼ିଆଙ୍କୁ ମିଳିଲା ପଦ୍ମ ପୁରସ୍କାର

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ) : ୬ ଜଣ ଓଡ଼ିଆଙ୍କୁ ମିଳିଲା ପଦ୍ମ ପୁରସ୍କାର । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଆଜି ଆୟୋଜିତ ହୋଇଛି ୨୦୨୧ର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ବିତରଣ ସମାରୋହରେ ୬ ଜଣ ଓଡ଼ିଆ ସମ୍ମାନିତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଖ୍ୟାତ ସ୍ଥପତି ତଥା ଭାସ୍କର୍ୟ୍ୟ ଶିଳ୍ପୀ ସୁର୍ଦଶନ ସାହୁଙ୍କୁ ପଦ୍ମବିଭୂଷଣ ପ୍ରଦାନ କରିଥିଲେ । ସେହିପରି ୧୦୨ ବର୍ଷର ନନ୍ଦ ପୃଷ୍ଟିଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ । ସେ ଦୀର୍ଘ ୭୦ ବର୍ଷ ହେଲା ନିଜ ଗାଁରେ କଣ୍ଟିକାରେ ମାଗଣାରେ ଏହି ଶିକ୍ଷାଦାନ କରୁଛନ୍ତି । ପିଲା ବେଳେ ନନ୍ଦ ପୃଷ୍ଟିଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରିଥିଲେ । ଏଠାରେ ସବୁଦିନେ ସେ ପାଠ ପଢ଼ାଉଛନ୍ତି । ଛୋଟ ପିଲାଙ୍କୁ ସକାଳ ୯ଟା ଯାଏଁ ଓ ପୁଣି ଦିନ ୪ଟାରୁ ୬ ମଧ୍ୟରେ ପାଠ ପଢାଇଥାନ୍ତି । ସେହିଭଳି ବରିଷ୍ଠ ନାଗରିକଙ୍କୁ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ପଠା ପଡ଼ାଇଥାନ୍ତି ନନ୍ଦ ପୃଷ୍ଟି ।

ସେ ଦୀର୍ଘ ଦଶନ୍ଧି ଧରି ଜିଲ୍ଲାରେ ଛୋଟପିଲା ଓ ଅନ୍ୟ ବ୍ୟକ୍ତିଙ୍କୁ ଶିକ୍ଷାଦାନ କରି ଆସୁଛନ୍ତି । ପୁରସ୍କାର ବିତରଣ ସମାରୋହରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ଡ. ରଜତ କୁମାର କର ଓ ନନ୍ଦ ପୃଷ୍ଟି, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାନ୍ଧୀବାଦୀ ଶାନ୍ତି ଦେବୀ, ଲୋକକଳା ପାଇଁ ପୂର୍ଣ୍ଣମାସୀ ଜାନି, ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ପ୍ରଫେସର କୃଷ୍ଣମୋହନ ପାଠୀଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଥିଲେ । ପୂର୍ଣ୍ଣମାସୀ ଜାନି ଓ ଶାନ୍ତି ଦେବୀ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ପୁରସ୍କାର ଗ୍ରହଣ କରିବା ସ୍ଥଳକୁ ପହଞ୍ଚିବା ପାଇଁ ହୁଇଲ୍‌ ଚେୟାରର ସହାୟତା ନେଇଥିଲେ। କାର୍ୟ୍ୟକ୍ରମରେ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published.